ଦୁର୍ଗା ପୂଜା ଉପଲକ୍ଷେ ବାଦୁଆ ଗ୍ରାମରେ ଶୁଭ ଖୁଣ୍ଟି ସ୍ଥାପନ 

ବୁଗୁଡା, (ଅନିଲ ମହାରଣା):ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମ ପଞ୍ଚାୟତର ବାଦୁଆ ଗ୍ରାମରେ ଦୁର୍ଗତିନାଶିନୀ ମା ଦୁର୍ଗାଙ୍କ ପୂଜା ଉପଲକ୍ଷେ ଶୁଭ ଖୁଣ୍ଟି ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ମଧ୍ୟରେ ମା ଙ୍କ ପୂଜା ଉତ୍ସବ ପାଇଁ ପ୍ରଶାସନ କେତେକ ନିୟମ ରଖି ଅନୁମତି ଦେଇଥିବା ବେଳେ ଦୁର୍ଗାପୂଜା ମଣ୍ଡପ ପାଖରେ ଶୁଭଖୁଣ୍ଟି ସ୍ଥାପନ ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଥମେ ପବିତ୍ର ଶୁଭ ଖୁଣ୍ଟିକୁ ବାଜା ବଜାଇ ଗ୍ରାମରେ ପରିକ୍ରମା କରାଯାଇ ମା ଙ୍କ ପୂଜା ମଣ୍ଡପ ନିକଟକୁ ନିଆଯାଇଥିଲା । ଏହି ଅବସରରେ ପୂଜାପାଠ କରାଯାଇ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା। ଗତ ବର୍ଷ କୋଭିଡ କଟକଣା ଯୋଗୁ ମା ଙ୍କ ପୂଜା ବନ୍ଦ ଥିବା ବେଳେ ଚଳିତ ବର୍ଷ ପୂଜା ହେଉଥିବା ଯୋଗୁ ଗ୍ରାମାର ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଦୁର୍ଗା ପୂଜା କମିଟିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଗ୍ରାମବାସୀ ଙ୍କ ସହଯୋଗରେ କୋଭିଡ ନିୟମ ପାଳନ କରାଯାଇ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ