ଦୁର୍ଗା ପୂଜା କମିଟି ଗୁଡ଼ିକୁ ଆୟକର ନୋଟିସ ସମ୍ପର୍କରେ ମିଛ ଖବରକୁ ସିବିଡିଟି ପକ୍ଷରୁ ଖଣ୍ଡନ
କୋଲକତାର ଦୁର୍ଗା ପୂଜା କମିଟିଗୁଡ଼ିକୁ ଆୟକର ବିଭାଗ ପକ୍ଷରୁ ନୋଟିସ ଦିଆଯିବା ସମ୍ପର୍କରେ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।ଏହି ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ ଗତ କିଛି ସପ୍ତାହ ମଧ୍ୟରେ ଦୁର୍ଗା ପୂଜା କମିଟି ମିଳିତମଂଚକୁ ଆୟକର ନୋଟିସ ଜାରିହୋଇଛି ।ଏପରି ଖବର ସମ୍ପୂର୍ଣ୍ଣଭିତିହୀନ ଏବଂ ବିଭାଗ ପକ୍ଷରୁ ଏହାକୁ ଦୃଢ଼ଭାବେ ଖଣ୍ଡନ କରାଯାଉଛି । ଚଳିତବର୍ଷ ଦୁର୍ଗା ପୂଜା କମିଟି ମିଳିତ ମଂଚକୁ କୌଣସି ନୋଟିସ ଦିଆଯାଇନଥିବା ବିଭାଗ ପକ୍ଷରୁ ସ୍ପଷ୍ଟ ଭାବେ ସୂଚିତକରାଯାଉଛି । ତେବେ, ବିଭାଗକୁ କେତେକ ସୂଚନାମିଳିଛି ଯେ ବିଭିନ୍ନ ପୂଜା ସମିତି ପାଇଁ କାର୍ଯ୍ୟ କରୁଥିବା କେତେଜଣ ଠିକାଦାର ଜରୁରି ଟିକସ ପଇଠ କରୁନାହାନ୍ତି । ଏହି କାରଣରୁ ଆୟକର ଆଇନ, ୧୯୬୧ର ଧାରା ୧୩୩(୬) ଅନୁଯାୟୀ, ଠିକାଦାର, ଇଭେଂଟ ମ୍ୟାନେଜର (କାର୍ଯ୍ୟକ୍ରମ ପରିଚାଳକ) ମାନଙ୍କୁ ଦିଆଯାଉଥିବା ଅର୍ଥର ଉତ୍ସରୁ ଟିକସ କଟାଯିବା ଏବଂ ଟିଡିଏସ ବିବରଣୀ ପାଖାପାଖି ୩୦ଟି ପୂଜାକମିଟିକୁ ଡିସେମ୍ବର ୨୦୧୮ରେ ମଗାଯାଇଥିଲା । ବିଭିନ୍ନ ପୂଜାକମିଟି ପାଇଁ କାର୍ଯ୍ୟ କରୁଥିବା ଠିକାଦାର ଏବଂ ଇଭେଂଟ ମ୍ୟାନେଜର ଯେପରି ସେମାନଙ୍କ ଟିକସ ନିର୍ଦ୍ଧାରିତ ସମୟରେ ଦେଇ ପାରିବେ ସେହି ଉଦ୍ଦେଶ୍ୟ ନେଇ ଆୟକର ବିଭାଗର ଟିଡିଏସ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା । ଅଧିକାଂଶ ପୂଜାକମିଟି ଏହାର ଅନୁପାଳନ କରି ଉତ୍ସରୁ ଟିକସକାଟ ଏବଂ ଏହାକୁ ସରକାରୀ ଖାତାରେ ଜମା କରାଯିବା ସମ୍ପର୍କରେ ପ୍ରମାଣ ଦାଖଲକରିଥିଲେ । ଏଠାରେଏହା ମଧ୍ୟ ଉଲ୍ଲେଖ କରାଯିବା ଉଚିତ ହେବ ଯେ ଟିଡିଏସ ବ୍ୟବସ୍ଥା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ଲାଗି କେତେକ ପୂଜା ସମିତି ଆୟକର ବିଭାଗକୁ ଅନୁରୋଧ କରିଥିଲେ । ଏହାକୁ ଦୃଷ୍ଟିରେରଖି ୧୬ ଜୁଲାଇ, ୨୦୧୯ରେ ଏପରି ଏକ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପୂଜା ସମିତି ମିଳିତମଂଚର ପାଖାପାଖି ୮ ସମିତିର ସଦସ୍ୟ ସ୍ୱେଚ୍ଚାକୃତ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଟିଡିଏସ ବ୍ୟବସ୍ଥା ସମ୍ପର୍କରେ ଶିକ୍ଷାଗ୍ରହଣ କରିଥିଲେ ।ଟିଡିଏସ ବ୍ୟବସ୍ଥା ସମ୍ପର୍କରେ ସେମାନଙ୍କ ସନ୍ଦେହ ଦୂର କରାଯାଇଥିଲା । ପୁଣିଥରେ ଏହା ସ୍ପଷ୍ଟ କରାଯାଉଛି ଯେ ଉପରୋକ୍ତ ପଦକ୍ଷେପ କୌଣସି ଦୃଷ୍ଟିରୁ ପୂଜା ସମିତି ବିରୋଧରେ ନୁହେଁ, ବରଂ ଠିକାଦାର ଓ କାର୍ଯ୍ୟକ୍ରମ ଆୟୋଜକମାନେ ଯେପରି ଠିକଭାବେ ଏବଂ ନିର୍ଦ୍ଧାରିତ ସମୟରେ ସେମାନଙ୍କ ଟିକସ ପଇଠ କରିପାରିବେ ସେହି ଉଦ୍ଦେଶ୍ୟରେ ଏହା କରାଯାଇ ଥିଲା ।