ଦୁର୍ଗା ମାଧବ ପାଣିଗ୍ରାହି  ଙ୍କୁ “ଭାଷାମୁକ୍ତି  ଯୋଦ୍ଧା “ସଂମ୍ମାନ

ଖଲିକୋଟ  ,( ଯୁଗାବ୍ଦ ନ୍ୟୁଜ୍‌):ଗଞ୍ଜାମ ଅଞ୍ଚଳର ଯୁବସମାଜ ସେବୀ, ସାମ୍ବାଦିକ, ପରିବେଶବିତ, ଭାଷା ଓ ସଂସ୍କୃତି ପ୍ରେମୀ,  ପୁର୍ବତନ କାଉନସିଲର,  ଭରସା ର ସମ୍ପାଦକ ଦୁର୍ଗା ମାଧବ ପାଣିଗ୍ରାହୀ  ଙ୍କୁ “ଭାଷାମୁକ୍ତି ଯୋଦ୍ଧା” ସମ୍ମାନରେ କରାଯାଇଛି ।”ଭାଷାଆନ୍ଦୋଳନ , ଓଡ଼ିଶା”  ତରଫରୁ ବ୍ରହ୍ମପୁର ସହର ସ୍ଥିତ ଉତ୍କଳ ଆଶ୍ରମ ଠାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ବ୍ରହ୍ମପୁର ଭାଷା ଆନ୍ଦୋଳନର ଆବାହକ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ଙ୍କ ସଭାପତିତ୍ୱ ରେ  ଓଡ଼ିଶା ଭାଷାଆନ୍ଦୋଳନ ର ଅଧ୍ୟକ୍ଷ ଚକ୍ରଧର ମହନ୍ତ, ଆବାହକ ପବିତ୍ରମହାରଥା, ସଭାପତି ପ୍ରଦ୍ୟୁମ୍ନ ଶତପଥୀ, ପ୍ରଫେସର ପି. ଶଙ୍କର ନାରାୟଣ ପାତ୍ର,  ପ୍ରମୁଖ  ଅତିଥି ରୂପ ଯୋଗଦେଇ ଦୂର୍ଗାମାଧବ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏଭଳି ସଂମମ୍ମାନ ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ