ଦୁର୍ଗା ମାଧବ ମନ୍ଦିରରେ ପହଞ୍ଚିଲେ ପ୍ରାଚୀ ପରିକ୍ରମା ପଦଯାତ୍ରୀ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପ୍ରାଚୀ ପରିକ୍ରମା ଚାରିଟେବୁଲ ଟ୍ରଷ୍ଟ ଓ ପ୍ରାଚୀ ଗୁରୁ ଧର୍ମକ୍ଷେତ୍ର (ନୂଆ ମଠ)ର ମିଳିତ ପ୍ରୟାସ ରେ ଆରମ୍ଭ ହୋଇଥିବା ୧୪ ତମ ବାର୍ଷିକ ପ୍ରାଚୀ ପରିକ୍ରମା ପଦଯାତ୍ରା ର ଆଜି ଦ୍ୱିତୀୟ ଦିନ। ପଦଯାତ୍ରୀ ସାଧୁ ସନ୍ଥ ମାନେ ଆଜି ପ୍ରାତଃ ରେ ମାଧବ ଗ୍ରାମ ର ଦୁର୍ଗା ମାଧବ ମନ୍ଦିର ଠାରେ ପହଞ୍ଚିଥିଲେ। ପ୍ରାଚୀ ନଦୀ ର ସୁରକ୍ଷା ଓ ଏହାର ମାହାତ୍ମ୍ୟ ସମ୍ପର୍କ ରେ ସଚେତନତା ସୃଷ୍ଟି କରିବା ପାଇଁ ସାଧୁ ସନ୍ଥ ମାନଙ୍କ ପକ୍ଷରୁ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜ ଙ୍କ ନେତୃତ୍ୱ ରେ ୧୪ ବର୍ଷ ହେବ ପ୍ରତିବର୍ଷ ଏହି ଯାତ୍ରା ଅନୁଷ୍ଠିତ ହୋଇଆସୁଛି। ପଦଯାତ୍ରୀ ସାଧୁ ସନ୍ଥ, ବିଦେଶୀ ଶ୍ରଦ୍ଧାଳୁ, ପ୍ରାଚୀ ପ୍ରେମୀ ମାନେ ମାଧବ ଠାରେ ପହଞ୍ଚିବାପରେ ସମସ୍ତ ଙ୍କୁ ମନ୍ଦିର ପ୍ରଶାସନ,ସେବକ ସମାଜ ଓ ମାଧବ ଉନ୍ନୟନ ପରିଷଦ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ପଦ ଯାତ୍ରୀ ମାନେ ମନ୍ଦିର ବେଢ଼ା ଓ ଗରୁଡ଼ ବାଟିକା ରେ ବିଶ୍ରାମ ନେଇଥିଲେ। ସନ୍ଧ୍ୟାରେ ପ୍ରାଚୀ ନଦୀ ର ପିତୃ ତିର୍ଥ ଠାରେ ସଂଧ୍ୟା ଆଳତୀ ଅନୁଷ୍ଠିତ ହୋଇଥିବା ବେଳେ ମନ୍ଦିର ର ଦକ୍ଷିଣ ପାଶ୍ଵ ରେ ସତସଙ୍ଗ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରା ୨୪ ତାରିଖ ଦିନ ଉଦଯାପନ ହେବାର କାର୍ଯ୍ୟକ୍ରମ ରହିଛି। ଏହି ପଦଯାତ୍ରା ରେ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜ,ସ୍ୱାମୀ ସୁଧାନନ୍ଦ ଗିରି, ମହନ୍ତ ଚିନ୍ତାମଣି ପର୍ବତ ମହାରାଜ, ବାବା ଦାମୋଦର ଦାସ, ମହନ୍ତ ରାମକୃଷ୍ଣ ଦାସ, ବାବା ରାମ ଦାସ, ମହନ୍ତ ଦିବ୍ୟକୃଷ୍ଣ ଦାସ, ବାବା ସତ୍ୟାନନ୍ଦ ଦାସ, ରାଜ କିଶୋର ଦାସ ଓରଫ ନନ୍ଦ ବାବା, ଯୋଗେନ୍ଦ୍ର ନାଥ ଦାସ,କର୍ମକାଣ୍ଡ ବିଶାରଦ ପଣ୍ଡିତ ଚିତ୍ତରଞ୍ଜନ ମିଶ୍ର ଙ୍କ ସହିତ ଶତାଧିକ ସାଧୁ ସନ୍ଥ,ପ୍ରାଚୀ ପ୍ରେମୀ ଓ ବିଦେଶୀ ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ