ଦୁର୍ଘଟଣାରୁ ବର୍ତିଲା ହୀରାଖଣ୍ଡ ଟ୍ରେନ୍
କୋରାପୁଟ, (ହେମନ୍ତ କୁମାର ପାଣିଗ୍ରାହୀ) : ଅଳ୍ପକେ ଦୁର୍ଘଟଣାରୁ ବର୍ତିଲା ହୀରାଖଣ୍ଡ ଏକ୍ସପ୍ରେସ। ଛତିଶ ଗଡ଼ ଓ ଓଡ଼ିଶା ସୀମାନ୍ତ ଆମଗୁଡ଼ା ଗ୍ରାମ ନିକଟରେ ପ୍ରାୟ ୩ଘଣ୍ଟା ଧରି ଅଟକି ରହିଛି ହୀରାଖଣ୍ଡ ଟ୍ରେନ । ବଗି ଜୟନ୍ଟ ଛିଡି ଯିବାରୁ ଅଧା ବାଟରେ ଅଟକି ଗଲା ଟ୍ରେନ । ତୀରାଖଣ୍ଡ ଏକ୍ସପ୍ରେସ ୨୨୭୪୯୦ ନମ୍ବର ରେଳ ଗାଡିଟି
ଧାରଣା ଉପରେ ଅଟକି ରହିଥିବାରୁ ସେହି ଲାଇନରେ ରେଳ ଚଳା ଚଳ ବନ୍ଦ ରହିଛି । କୋରାପୁଟ ଓ ଜଗଦଲ ପୁରରୁ ବୈଷୟିକ ଟିମ୍ ଘଟଣା ସୁଳକୁ ଯାଇଛନ୍ତି । ବଗିକୁ ବଗି ସଂଯୋଗ କରୁଥିବା କପଲର ଲିଙ୍କ ମରାମତି ହେଲେ ଗାଡ଼ି ଚଳା ଚଳ କରିବ ବୋଲି ରେଳ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ମିଳିଛି ।