ଦୁର୍ଘଟଣାରେ ଆହତଙ୍କୁ ସହାୟତା କଲେ ଟିମ ହ୍ୟୁମାନିଟି ସଦସ୍ୟ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବ୍ଳକ ଛକଠାରେ ଏକ ସଡକ ଦୁର୍ଘଟଣାରେ ଜଣେ ୮୫ ବର୍ଷୀୟ ବୃଦ୍ଧ ଆହତ ହୋଇଥିବା ବେଳେ ଉକ୍ତ ବ୍ୟକ୍ତିଙ୍କୁ ସହାୟତା କରିବା ସହିତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରି ସେବା ଯୋଗାଇଛନ୍ତି | କନ୍ଧମାଳ ଟିମ୍ ହ୍ୟୁମାନିଟିର ଫିରିଙ୍ଗିଆର ସଦସ୍ୟ ସଂଜୟ ଦିଗାଲ, ଅଜିତ୍ ସାହୁ ଓ ଅନ୍ୟମାନେ ଅପରାହ୍ନ ବେଳେ ଦୁର୍ଘଟଣା ଘଟିବା ପରେ ବୃଦ୍ଧଜଣକ ସେଠାରେ ଅସହାୟ ଅବସ୍ଥାରେ ରକ୍ତାକ୍ତ ହୋଇ ପଡିରହିଥିଲେ। ଖବର ପାଇଁ ସେଠାରେ ସଦସ୍ୟମାନେ ପହଂଚି ତାଙ୍କୁ ସେଠାରୁ ଉଦ୍ଧାର କରି ଫିରିଙ୍ଗିଆ ଡାକ୍ତରଖନାରେ ଭର୍ତ୍ତି କରାଇଥିଲେ । ବୃଦ୍ଧଙ୍କୁ ଏକ ଅଟୋ ସେଠାରେ ଧକ୍କା ଦେଇ ସେଠାରୁ ଫେରାର ହୋଇଯାଇଥିଲା । ଅଟୋର ଖୋଜ୍ ଖବର ମିଳି ନାହିଁ ଆହତ ବୃଦ୍ଧ ଜଣକ ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ଡିଣ୍ଡ୍ରାଗାଁ ପଞ୍ଚାୟତର ପାଣ୍ଡେଲି ଗାଁରେ ବୋଲି ଜଣାପଡିଛି । ଚିକିତ୍ସାପରେ ତାଙ୍କର ଅବସ୍ଥା ଠିକ ଥିବା ଜଣାପଡିଛି । ଯୁବ ସ୍ୱେଚ୍ଛାସେବୀ ମାନଙ୍କର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।


