ଦୁର୍ଘଟଣାରେ ଗୁରୁତର ନବଘନଙ୍କ ମୃତ୍ୟୁ
ହାଟଡିହି (ଓ୍ବାଇଏନଏସ): ଗତ କିଛିମାସ ତଳେ ଆନନ୍ଦପୁର ଭଦ୍ରକ ରାସ୍ତାର ଜଳକଳଙ୍ଗ ନିକଟରେ ଦୁର୍ଘଟଣାର ଶିକାର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜାମ୍ଭୀରା ଗ୍ରାମର ନବଘନ ଜେନାଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ଘଟିଛି। ସୂଚନା ରୁ ଜଣା ଯାଇଛି ଯେ ଗତ ଡିସେମ୍ବର ୧୫ ତାରିଖ ରାତିରେ ଜଳକଳଙ୍ଗ ନିକଟରେ ଏହି ଦୁର୍ଘଟଣା ଘଟିଥିଲା I ଜମ୍ଭୀରା ଗ୍ରାମର ସ୍ନିଗ୍ଧା ରଞ୍ଜନ ପଣ୍ଡା ଓ ଚୈତନ ଜେନାଙ୍କ ପୁଅ ନବଘନ ଜେନା ବାଇକ ଯୋଗେ ଛେନାପଦି ଆଡୁ ମରେଇଗାଁ ପଟକୁ ଯାଉଥିବା ବେଳେ ବ୍ଲକ ଛକ ନିକଟରେ ସମ୍ମୁଖରୁ ଆସୁଥିବା ଏକ କୁକୁଡ଼ା ବୋଝେଇ ପିକଅପ ଭ୍ୟାନ ସହିତ ମୁଁହା ମୁଁହି ଧକ୍କା ହୋଇଥୁଲା I ସ୍ନିଗ୍ଧା ଓ ନବଘନକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ଥିଲେ I ପରେ ଉଭୟଙ୍କୁ ଭୁବନେଶ୍ଵର ର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା I ଚିକିତ୍ସାଧୀନ ଅବସ୍ଥାରେ ଗତ ଡିସେମ୍ବର ୨୪ ତାରିଖରେ ସ୍ନିଗ୍ଧାଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ନବଘନଙ୍କ କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। । ଆଜି ଅପରାହ୍ନରେ ନବଘନଙ୍କ ମର ଶରୀର ଜମ୍ଭୀରାରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ପୂର୍ବରୁ ନବଘନଙ୍କ ବାପାଙ୍କ ଆକସ୍ମିକ ପରଲୋକ ଘଟିଥିବା ବେଳେ ଏବେ ନବଘନଙ୍କ ମୃତ୍ୟୁ ପରିବାରଟିକୁ ବେସାହାରା କରିଦେଇଛି ।


