ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କୁ କେନ୍ଦୁଝର ସ୍ଥାନାନ୍ତର
ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଯୋଡା ଥାନା 520 ନମ୍ବର ଜାତୀୟ ରାଜପଥ ରଣାଶାଳ ଘାଟି ନିକଟରେ ଶନିବାର 26 ତାରିଖ ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟି ଅମୂଲ୍ୟ କର ନାମକ ଜଣେ ବ୍ୟକ୍ତିଙ୍କ ଦୁଇଟି ଗୋଡ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଅମୂଲ୍ୟକୁ ପ୍ରଥମେ କମାରଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଖବର ହସ୍ତଗତ ହୋଇଛି। ଗୁରୁତର ଅମୂଲ୍ୟ ଏମଭିପିଏଲ ନାମକ ଏକ ଠିକାଦାର ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିଲେ। ଶନିବାର ସନ୍ଧ୍ୟାରେ ଓଆର-11ଜେ-8682 ନମ୍ବର ଟ୍ରାକ୍ଟରରେ ନିର୍ମାଣ ହୋଇଥିବା ଏକ ପାଣି ଟ୍ୟାଙ୍କରକୁ ଓଡି-05ଏଏ-8706 ନମ୍ବର ଆଇଚେ ଟ୍ରକ ଧକ୍କା ଦେବା ଦ୍ଵାରା ଦୁର୍ଘଟଣା ଘଟି ଟ୍ରାକ୍ଟରଟି ଓଲଟି ପଡିବା ସମୟରେ ପାଖରେ ଥିବା ଅମୂଲ୍ୟ ଗୁରୁତର ହୋଇ ପଡିଥିଲେ । ତୁରନ୍ତ ଅମୂଲ୍ୟଙ୍କୁ କମାରଯୋଡା ହସ୍ପିଟାଲ ନିଆଯାଇଥିବା ବେଳେ ଅଧିକ ସଙ୍କଟାପନ୍ନ ହେବାରୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି।


