ଦୁର୍ଘଟଣାରେ ଦୁଇ ଯୁବକ ଜୀବନ୍ତ ଦଗ୍ଧ ଘଟଣା ଅଭିଯୁକ୍ତ ଟ୍ରକ ଚାଳକ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତା ଜକର ଗ୍ରାମ ନିକଟ ମା ‘ ରତ୍ନେଇ ଠାକୁରାଣୀ ମନ୍ଦିର ନିକଟରେ ଗତ ମଙ୍ଗଳବାର ସନ୍ଧ୍ୟାରେ ଏକ ଧାନବୋଝେଇ ଟ୍ରକ ବିପରୀତ ଦିଗରୁ ଆସୁଥିବା ଏକ ବାଇକ କୁ ଧକ୍କା ଦେଇଥିଲା। ଏହି ଲୋମହର୍ଷକ ଦୁର୍ଘଟଣା ରେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା କାବିଟି ଥାନା ଚିତ୍ରିପୁଟୁ ଗ୍ରାମର ପି.ଲକ୍ଷ୍ମଣ ଏବଂ ଭେଜିପୁଟ ଗ୍ରାମର ଟି.ରାଜୁ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଥିଲେ।ଅନ୍ୟଜଣେ ଚିତ୍ରିପୁଟ ଗ୍ରାମର ସିଏଚ୍.ଲୋକନାଥ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ଜଣାପଡିଛି। ଏହି ଘଟଣାରେ ତଦନ୍ତକାରୀ ଅଧିକାରୀ କେ.ନୂଆଗାଁ ଥାନା ଏସ.ଆଇ ଜୟନାଥ ପ୍ରଧାନ ଗୁରୁବାର ଆନ୍ଧ୍ର ପ୍ରଦେଶ ଆମ୍ବେଦକର ଜିଲ୍ଲା ମାଣ୍ଡାପାଟା ଗ୍ରାମାଞ୍ଚଳ ଥାନା ମାଣ୍ଡାପାଟା ରୋଡ଼ ନିବାସୀ ଟ୍ରକ ଚାଳକ ଶେଖ. ଇସମାଇଲ ଙ୍କୁ ଗିରଫ କରି ଥାନା ମାମଲା ନଂ.୭୪/୨୫ ଅନୁଯାୟୀ ଦିଗପହଣ୍ଡି କୋର୍ଟ କୁ ଚାଲାଣ କରିଥିବା ଜଣାପଡିଛି।