ଦୁର୍ଘଟଣାରେ ପାଞ୍ଚ ଆହତ ତିନି ଗୁରୁତର

ଚିକିଟୀ, (ପୁଷ୍ପାଞ୍ଜଳି ମିଶ୍ର):ପାତ୍ରପୁର ଅଞ୍ଚଳରେ ଶୁକ୍ରବାର ପୃଥକ ପୃଥକ ତିନୋଟି ଦୁର୍ଘଟଣାରେ ପାଞ୍ଚଜଣ ଆହତ ହୋଇ ଥିବା ବେଳେ ତିନି ଜଣ ଗୁରୁତର ହୋଇ ଥିବା ଜଣା ପଡିଛି। କେକୁହା ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ହେବା ଫଳରେ ବାଦପୁର ଗ୍ରାମର କୃତିବାସ ସେଠୀ ଏବଂ ସଞ୍ଜୁ ସେଠୀ ଆହତ ହୋଇ ପାତ୍ରପୁର ଡାକ୍ତର ଖାନକୁ ଯାଇଥିଲେ।ତେବେ ଗୁରୁତର ଦେଖି ସଞ୍ଜୁ ଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରା ଯାଇଛି।ସେହି ପରି ପାତ୍ରପୁର ର ଜଣେ ମହିଳା ପ୍ରତିମା ମହାପାତ୍ର ଙ୍କୁ ଏକ ବାଇକ ଧକ୍କା ଦେବା ଫଳରେ ଗୁରୁତର ହୋଇ ଥିବା ବେଳେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରା ଯାଇଛି।ସନ୍ଧ୍ୟାରେ ବାଦପୂର ପେଟ୍ରୋଲ ପମ୍ପ ନିକଟରେ ଅରଖପଦା ଗ୍ରାମର ତ୍ରିନାଥ ବେହେରା ଦୁର୍ଘଟଣା ରେ ଆହତ ହେବା ଫଳରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପାତ୍ରପୁର ଡାକ୍ତର ଖାନା କୁ ଅଣା ଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବା ଦେଖି ଜରଡ଼ା ପୋଲିସ କୁ ଖବର ଦେବା ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରା ଯାଇଛି।ପାତ୍ରପୁର ଅଞ୍ଚଳରେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ନିୟମିତ ଦୁର୍ଘଟଣା ମାନ ଘଟୁଛି ପୋଲିସ ଏଥି ନିମନ୍ତେ ଦୃଷ୍ଟି ଦେଇ ଗାଡ଼ି ଯାଞ୍ଚ କଲେ ଦୁର୍ଘଟଣା କମିବା ଆଶା କରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ