ଦୁର୍ଘଟଣାରେ ପୂର୍ବତନ ସରପଞ୍ଚ ଙ୍କ ମୃତ୍ୟୁ

ନିମାପଡା, (ସନ୍ତୋଷ ଦାଶ):ବୁଧବାର ଦିନ ଏକ ସଡ଼କ ଦୁର୍ଘଟଣା ରେ ଅସ୍ତରଙ୍ଗ ବ୍ଲକ ଅlଳଙ୍ଗପୁର ପଂଚାୟତ ର ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ବାରିକ(୫୫)ଙ୍କ ର ମୃତ୍ୟୁ ଘଟିଛି l ଅସ୍ତରଙ୍ଗ ବ୍ଲକ ଅଠତିରl ଗ୍ରାମ ର ସୁରେନ୍ଦ୍ର ପାରିବାରିକ କାର୍ଯ୍ୟ ରେ ଆଜି ବାଲିପାଟଣା ବ୍ଲକ ର ଶିସୋଲ ଗ୍ରାମ କୁ ଯାଇ ଏକ ସ୍କୁଟି ଯୋଗେ ଅସ୍ତରଙ୍ଗ ଫେରୁଥିବା ବେଳେ ବାଲିପାଟଣା – ନିମାପଡା ରାସ୍ତା ର ଭାଟବନ୍ଧ ସ୍କୁଲ ଠାରେ ତାଙ୍କ ସ୍କୁଟି ଭାରସାମ୍ୟ ହରାଇ ଏକ ବିଦ୍ୟୁତ ଖୁଣ୍ଟ ରେ ପିଟି ହୋଇଯାଇଥିଲା l ସୁରେନ୍ଦ୍ର ସ୍କୁଟି ରୁ ଛିଟିକିପଡ଼ି ଅଚେତ ହୋଇଯାଇଥିଲେ l ତାଙ୍କୁ ଲୋକ ମାନେ ଚିକିତ୍ସା ପାଇଁ ନିମାପଡା ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଥିଲେ l କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଏହି ଖବର ପ୍ରଚାର ହେବାପରେ ସମଗ୍ର ଅସ୍ତରଙ୍ଗ ଅଂଚଳ ରେ ଶୋକ ର ଛାୟା ଖେଳି ଯାଇଛି l ସ୍ବର୍ଗତ ବାରିକ ଜଣେ ସରଳ, ନିଷ୍କପଟ, ଲୋକପ୍ରିୟ ବିଜେଡି ନେତା ଥିଲେ l ବର୍ଷିଆନ ନେତା ସୁର ନାୟକ ଙ୍କ ର ସେ ଖାସ, ପାଖ ଲୋକ ଭାବେ ସମଗ୍ର କାକଟପୁର ନିର୍ବାଚନ ମଣ୍ଡଳୀ ରେ ଜଣାଶୁଣା ଥିଲେ l ଅlଳଙ୍ଗପୁର ପଂଚାୟତ ର ସରପଞ୍ଚ ଭାବେ କାର୍ଯ୍ୟ କରି ବେଶ ଲୋକପ୍ରିୟ ହୋଇପାରିଥିଲେ l ତାଙ୍କ ମୃତ୍ୟୁରେପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ, ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ର ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ଅସ୍ତରଙ୍ଗ ବ୍ଲକ ଅଧକ୍ଷ ସ୍ୱାଧୀନ କୁମାର ନାୟକ, ଅସ୍ତରଙ୍ଗ ପ୍ରେସ କ୍ଲବ ସଭାପତି ପ୍ରଶାନ୍ତ କୁମାର ବାରିକ, ପୂର୍ବତନ କାକଟପୁର ବ୍ଲକ ଅଧକ୍ଷ କବିରାଜ ବିଶ୍ୱାଳ, କାକଟପୁର ବ୍ଲକ ଆତ୍ମା ର ଅଧକ୍ଷ ଅଭୟ ସେଠୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବାସହିତ ତାଙ୍କ ପରିବାର କୁ ସମବେଦନା ଜଣାଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ