ଦୁର୍ଘଟଣାରେ ପ୍ରୋଜେକ୍ଟ ମ୍ୟାନେଜରଙ୍କ ମୃତ୍ୟୁ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତ କଣିଆରୀ ଗ୍ରାମର ସଞ୍ଜିବ କୁମାର ସାମଲ(୪୮)ଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସେ ସମ୍ବଲପୁରରେ ଏକ ଘରୋଇ କମ୍ପାନୀରେ ପ୍ରୋଜେକ୍ଟ ମ୍ୟାନେଜର ଥିବାବେଳେ ଗତ ୧୫ତାରିଖ ଦିନ ସେ ଘରକୁ ଫେରିବାବେଳେ କାଞ୍ଜିପାଣି ନିକଟରେ ତାଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ଅବସ୍ଥାରେ ପ୍ରଥମେ କେନ୍ଦୁଝର ଓ ପରେ ଭୁବନେଶ୍ୱରର ଉତ୍କଳ ହସପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । ଗତ ୧୯ତାରିଖ ଦିନ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ଗୋଟିଏ ୯ବର୍ଷର ପୁଅ ଅଛି । ଗତବର୍ଷ ତାଙ୍କ ଭାଇ ତଥା ଢ଼େଙ୍କା ପଞ୍ଚାୟତର ସରପଞ୍ଚ ନିମାଇର୍ ସାମଲଙ୍କ ଅକାଳ ବିୟୋଗ ଘଟିଥିବାବେଳେ ଏବର୍ଷ ଅନ୍ୟ ଜଣେ ଭାଇଙ୍କର ଏପରି ବିୟୋଗ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ତାଙ୍କ ପରଲୋକ ଖବରପାଇ ପୁର୍ବତନ ପସିସି ସଭାପତି ଜୟଦେବ ଜେନାଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ତାଙ୍କ ମରଶରୀର ଗାଁକୁ ଅଣାଯିବାପରେ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଛି । ଏକମାତ୍ର ପୁଅ ଅଂଶୁମାନ ସାମଲ ମୁଖାଗ୍ନି ଦେଇଥିବାବେଳେ ଭାଇ ନୃଷିହଂ ସାମଲ, ନଳିନୀ ସାମଲ, ମଧୁସୁଦନ ସାମଲଙ୍କ ସମେତ ସମସ୍ତ ପରିବାରବର୍ଗ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ