ଦୁର୍ଘଟଣାରେ ବାଇକ୍ ଚାଳକ ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ରାଜ୍ୟ ମୁଖ୍ୟରାସ୍ତା କଡ଼ରେ ଥିବା ପେଟ୍ରୋଲ ପମ୍ପ ସାମ୍ନାରେ ଏକ ବାଇକ ମ୍ୟାକ୍ସ ପିକଅପ୍ ଗାଡିକୁ ଧକ୍କା ଦେଇଥିଲା। ଏଥିରେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତ ବ୍ୟକ୍ତି ଜଣକ ହେଲେ ଗାରବନ୍ଦା ଥାନା ରାମଚନ୍ଦ୍ରପୁର ଗ୍ରାମର ଦୁର୍ଯ୍ୟଧନ ନାୟକ | ସେ ପାରଳାଖେମୁଣ୍ଡିରୁ ଗୁଣୁପୁର ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ରାସ୍ତାରେ ପଡ଼ି ରହିଥିଲେ । ସୂଚନା ପାଇଁ କାଶୀନଗର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ତାଙ୍କୁ ପ୍ରଥମେ କାଶୀନଗର ମୁଖ୍ୟ ଚିକିତ୍ସାଳୟରେ ଭର୍ଭି କରିଥିଲେ। ପରେ ଗୁରୁତର ହେବାରୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ଡାକ୍ତର କହିଥିଲେ | ୧୦୮ ଆମ୍ବୁଲାନ୍ସ ଗାଡ଼ି ନ ଥିବା ଯୋଗୁଁ ଅଗ୍ନିଶମ ବିଭାଗ ଗାଡ଼ିରେ ହିଁ ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।