ଦୁର୍ଘଟଣାରେ ବିଏସଏଫ ଯବାନ ମୃତ, ଗାର୍ଡ ଅଫ ଅନର ଦେଲେ ସେନା ଅଧିକାରୀ

କଳାହାଣ୍ଡି, (ଚିତ୍ତରଞ୍ଜନ ବିଶି): କୋକସରା ବ୍ଲକ କୋକସରା ଗ୍ରାମର ଜୟ ନାରାୟଣ ଶବର ଙ୍କ ମଝିଆ ପୁଅ ରଶ୍ମି ରଞ୍ଜନ ଶବର (୪୫) ଗତକାଲି ରାତିରେ ନୂଆପଡା ଜିଲ୍ଲା ନୂଆପଡା ଠାରେ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସେ ୨୦୦୬ ରେ ଭାରତୀୟ ସେନା ବିଏସଏଫ ରେ ସିପାହୀ ଭାବେ ରାଜସ୍ଥାନ ବେଟାଲିୟନ ରେ କାର୍ଯ୍ୟରତ ଥିଲେ। ତେବେ ତାଙ୍କ ପତ୍ନୀ ପଞ୍ଚମୀ ଶବର ମଧ୍ୟ ନୂଆପଡା ପୋଲିସ ରେ କର୍ମଚାରୀ ରହି କାର୍ଯ୍ୟରତ ଥିବା ବେଳେ ରଶ୍ମିରଞ୍ଜନ ଶବର ଗତ କିଛିଦିନ ତଳେ ଛୁଟି ରେ ନିଜ ପରିବାର ରହୁଥିବା ନୂଆପଡା ଆସିଥିଲେ। ଗତକାଲି ରାତିରେ ସେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ଆଜି ତାଙ୍କ ପାର୍ଥିବ ଶରୀର ନିଜ ପୈତୃକ ଗାଁ କୋକସରା କୁ ସନ୍ଧ୍ୟାରେ ଆସି ପହଞ୍ଚବା ପରେ ଶୋକାକୁଳ ପରିବେଶ ଦେଖା ଦେଇଥିଲା। ମୃତ ଯବାନ ଜଣେ ମେଳାପୀ,କର୍ତବ୍ୟନିଷ୍ଠ ଯୁବକ ରହିଥିଲେ। ତାଙ୍କୁ ଶେଷ ସମ୍ମାନ ଦେବାକୁ କୋରାପୁଟ ରେ ନିୟୋଜିତ ଥିବା ବିଏସଏଫ ପକ୍ଷରୁ ଅଧିକାରୀ ମାନେ ପହଞ୍ଚି ତାଙ୍କ ମୃତ ଶରୀର କୁ ଗାର୍ଡ ଅଫ ଅନର ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ।ତାଙ୍କ ଶବଧାର ରେ କୋକସରା ଗ୍ରାମ ର ଶତାଧିକ ଲୋକ ବନ୍ଧୁ ପରିଜନ ସାମିଲ ହୋଇ ଯବାନ ଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ତାଙ୍କ ଅନ୍ତିମ ସଂସ୍କାର ଗାଁ।ମଶାଣି ରେ ସମ୍ପନ୍ନ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ