ଦୁର୍ଘଟଣାରେ ମୃତ ଶ୍ରମିକ ପରିବାରକୁ ମିଳିଲା ୧୦ ଲକ୍ଷ
ପାରାଦ୍ୱୀପ, (ପିତବାସ ପ୍ରଧାନ):ବନ୍ଦର ନିଷିଦ୍ଧାଞ୍ଚଳ ରେ କାର୍ଯ୍ୟ କରୁଥିବା ସମୟରେ ଦୁର୍ଘଟଣାରେ ମୃତ ଜଣେ ଶ୍ରମିକଙ୍କ ବୀମା ରାଶି ବୁଧବାର ଦିନ ବନ୍ଦର ପ୍ରଶାସନ ପକ୍ଷରୁ ତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ଖବରରୁ ପ୍ରକାଶ ନିକଟରେ ପାରାଦ୍ୱୀପ ବନ୍ଦର ପ୍ରଶାସନ ପକ୍ଷରୁ ବନ୍ଦର ନିଷିଧାଞ୍ଚଳରେ କାର୍ଯ୍ୟ କରୁଥିବା ବନ୍ଦରର ସମସ୍ତ କାର୍ମଚାରୀଙ୍କ ସମେତ ସମସ୍ତ ଶ୍ରମିକ ମାନଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ବୀମା କରଣ କରାଯାଇଥିଲା । ତେବେ ଏହି ଘଟଣାରେ ନିକଟରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଜଣେ ଶ୍ରମିକ ଦୁଃଶାସନ ପ୍ରଧାନଙ୍କ ପ୍ରଥମ ବୀମାକରଣ ଅର୍ଥରାଶୀ ୧୦ ଲକ୍ଷ ଟଙ୍କାର ଚେକ ତାଙ୍କ ବିଧବା ପତ୍ନୀ ପ୍ରଭାସିନୀ ପ୍ରଧାନଙ୍କୁ ବନ୍ଦର ମୁଖ୍ୟ ଅର୍ଥ ପରାମର୍ଶ ଦାତା ଏସ୍.କେ. ସାହୁ ପ୍ରଦାନ କରିଥିଲେ । ଏହି ଅବସରରେ ବନ୍ଦର ଟ୍ରାଫିକ୍ ମ୍ୟାନେଜର ଏସ୍.କେ. ମିଶ୍ର ଉପସ୍ଥିତ ଥିଲେ ।