ଦୁର୍ଘଟଣାରେ ଯୁବତୀ ମୃତ

ଚୌଦ୍ୱାର, (ଦୀପକ୍ କୁମାର ବେଉରା):ଚୌଦ୍ୱାର ସହର ଦେଇ ଯାଇଥିବା ଜାତୀୟ ରାଜପଥ ୫୫ରେ ସ୍କୁଟି ଉପରେ ଚଢିଗଲା ଟ୍ରକ ।ସ୍କୁଟି ଚାଳକ ଯୁବତୀର ଘଟଣା ସ୍ଥଳରେ ମୃତ୍ୟୁ । ମିଳିଥିବା ସୂଚନା ଅନୁସାରେ ଯୁବତୀ ଜଣକ ନିଜ ସ୍କୁଟି ରେ ଚୌଦ୍ୱାର ଆସିଥିବା ବେଳେ ସହରର ନୁଁଟିକିରୀ ଛକ ନିକଟରେ ପଛରୁ ଆସିଥିବା ଏକ ମାଲବାହି ଟ୍ରକ ଧକ୍କା ଦେଇଥିଲା ।ଯୁବତୀ ଜଣକ ତଳେ ପଡିଯିବା ପରେ ଟ୍ରକ ଚକା ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା ଯୁବତୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।ଚୌଦ୍ୱାର ପୋଲିସ ପହଂଚି ମୃତ ଦେହକୁ କଟକ ବଡ଼ ମେଡିକାଲ ପଠାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା । ମୃତ ଯୁବତୀ ଜଣକ ଚୌଦ୍ୱାର ସହର ଚୁଡଙ୍ଗ ସାହିର ସ୍ବର୍ଗତ ପରମାନନ୍ଦ ଦଳାଇଙ୍କ ଝିଅ ମଧୁସ୍ମିତା ଦଳେଇ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ