ଦୁର୍ଘଟଣାରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହରର ସୁନା ବ୍ୟବସାୟୀ ପ୍ରଦିପ୍ତ କୁମାର ସାହୁ(୩୦)ଙ୍କ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ପଟିଆରେ ଏହି ଦୁର୍ଘଟଣା ଘଟିଛି । ପ୍ରଦିପ୍ତ ଏକ ବାଇକରେ ଯାଉଥିବା ବେଳେ ଏକ ଟ୍ରକ ପଛରେ ପିଟି ହୋଇ ଯାଇଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ଗତ ଗୁରୁବାର ମୃତ୍ୟୁ ହୋଇଯାଇଥିଲା । ମୃତଦେହକୁ ବ୍ୟବଚ୍ଛେଦ ପରେ କେନ୍ଦ୍ରାପଡ଼ାସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଥିଲା । ମୃତଦେହ କେନ୍ଦ୍ରାପଡ଼ାରେ ପହଞ୍ଚିିବା ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ପ୍ରଦିପ୍ତ କାକଟ ମଙ୍ଗଳା କ୍ଲବର ସଂପାଦକ ଥିଲେ । ସେ କେନ୍ଦ୍ରାପଡ଼ାରେ ବିଭିନ୍ନ ପ୍ରକାର ସମାଜସେବା କାର୍ଯ୍ୟରେ ନିୟୋଜିତ ଥିଲେ । କଜଳା ସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ