ଦୁର୍ଘଟଣାରେ ହାତଗୋଡ ହରାଇଥିବା ଭିିନ୍ନକ୍ଷମଙ୍କୁ ଟ୍ରାଇସାଇକେଲ ପ୍ରଦାନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ବୟାଁବନାପୁର ଗ୍ରାମର ଭିନ୍ନକ୍ଷମ ବିଜୟ କୁମାର ଦାସଙ୍କୁ ପ୍ରଶାସନ ପକ୍ଷରୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି । ଗତ କିଛିଦିନ ପୂର୍ବରୁ ଏକ ସଡକ ଦୁର୍ଘଟଣାରେ ବିଜୟ ନିଜର ବାମ ଗୋଡ ଓ ହାତ ହରାଇଥିଲେ । ମେଡିକାଲରୁ ଭଲ ହୋଇ ଆସିବା ପରେ ଆଜି ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ କୁମାର ସାହୁଙ୍କ ସହାୟତାରେ ବ୍ଲକ ପ୍ରଶାସନ ପାଖରୁ ତାଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି । ଏଥିରେ ବିଡିଓ ବିଜୟ କୁମାର ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ଗୋଲକ ଚନ୍ଦ୍ର ବେହେରା, ସାମାଜିକ ସୁରକ୍ଷା ଅଧିକାରୀ ରବିନାରାୟଣ ପାତ୍ର, ଯୁବନେତା ଲଳିତ କୁମାର ରାଉତ, ଯୋଜନା ସହାୟକ ସୁଧାଂଶୁ ପାଢୀ, ସରପଞ୍ଚ ସୁବାଷ କାଣ୍ଡି, ଗଗନ ବିହାରୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।


