ଦୁର୍ଘଟଣାରେ ୨ ଆହତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ଧାମନଗର ଛକ ନିକଟରେ ଆଜି ଦୁର୍ଘଟଣା ଘଟିବାରୁ ଦୁଇଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଓଡ଼ି ୨୨ଟି ୭୩୭୧ମୋଟରସାଇକେଲରେ ରଘୁନାଥପୁର ଗ୍ରାମର ଉମାକାନ୍ତ ଜେନା ଓ ସୁରେଶ ଜେନା ଧାମନଗର ପଟୁ ଭଦ୍ରକ ଆସୁଥିଲେ । ଏହି ସମୟରେ ରାସ୍ତା ଉପରେ ଛିଡା ହୋଇଥିବା ଏକ ଧାନ ବୋଝେଇ ଟ୍ରାକ୍ଟରକୁ  ମୋଟର ସାଇକେଲ ଧକ୍କା ଦେଇଥିଲା । ଦୁର୍ଘଟଣା ଯୋଗୁ ମୋଟର ସାଇକେଲରେ ଯାଉଥିବା ଦୁଇଜଣ ଆହତ ହୋଇଥିବା ବେଳେ ତାଙ୍କୁ ଦମକଳ ବାହିନୀ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ