ଦୁର୍ଘଟଣାରେ ୩ଆହତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର ଛତାବର ନିକଟରେ ଆଜି ଦୁର୍ଘଟଣା ଘଟିବାରୁ ୨ବାଳିକାଙ୍କ ସମେତ ତିନି ଜଣ ଆହତ ହୋଇଛନ୍ତି ।  ପ୍ରାପ୍ତ ସୂଚନା ଅନୁଯାୟୀ ନେରଡ଼ା ପଂଚାୟତ ଯଶୋଟିକିରି ଗ୍ରାମର ରୋହିତ କୁମାର ବର୍ଦ୍ଧନ ଆଜି ଦିନ ୧.୩୦ମିନିଟ ସମୟରେ  ଦୁଇ ଛୋଟ ଛୁଆଙ୍କୁ ବସାଇ ଭଦ୍ରକ ପଟୁ ଘରକୁ ଫେରୁଥିଲେ । ଜାତୀୟ ରାଜପଥର ଛତାବର ନିକଟ ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗାଡିଟି କୌଣସି କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଗାଡି ଚଳାଉଥିବା ସୁଶୀଲ ଓ ତାଙ୍କର ଦୁଇ ଝିଅ ଏଥିରେ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ବେଳେ ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ