ଦୁର୍ଘଟଣା ଗ୍ରସ୍ତ ମହିଳାଙ୍କୁ ବିଧାୟକଙ୍କ ସହଯୋଗ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ନୂଆପଲ୍ଲୀ ଠାରେ ମୁଖ୍ୟ ସଡ଼କରେ ଜଣେ ଦୁର୍ଘଟଣା ଗ୍ରସ୍ତ ମହିଳାଙ୍କୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଉଦ୍ଧାର କରି ପୋଲସରା ମେଡିକାଲକୁ ଚିକିତ୍ସା ପାଇଁ ପଠାଇବା ସହ ଆର୍ଥିକ ସହାୟତା ପ୍ରଦାନକରି ଆରୋଗ୍ୟ କାମନା କରିଥିବା ଜଣାପଡିଛି। ବିଧାୟକ ଶ୍ରୀ ସାହୁ ବୁଗୁଡା ଏନଏସିରେ ଭତ୍ତା ବଣ୍ଟନ କାର୍ଯ୍ୟ ସମାପ୍ତ କରି ସନ୍ଧ୍ୟା ସମୟରେ ପୋଲସରା ଫେରିବା ବେଳେ ନୂଆପଲ୍ଲୀ ଠାରେ ମୁଖ୍ୟ ସଡ଼କରେ ସେହି ଗ୍ରାମର ଝୁନୁ ଜେନା ନାମକ ଜଣେ ମହିଳା ଦୁର୍ଘଟଣାରେ ଗୁରୁତର ଆହତ ହୋଇ ପଡ଼ିଥିବା ଦେଖିଥିଲେ। ସଙ୍ଗେ ସଙ୍ଗେ ଗୁରୁତର ଆହତ ଝୁନୁଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇବା ବ୍ୟବସ୍ଥା କରିବା ସହ ତାଙ୍କର ଚିକିତ୍ସା ପାଇଁ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ