ଦୁର୍ଘଟଣା ଘଟାଇଥିବା ଗାଡି ଓ ଚାଳକ ଥାନାରେ ଅଟକ: ଭାରୀଯାନ ଚଳାଚଳ ଉପରେ ପ୍ରଶାସନର ଅଙ୍କୁଶ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥରେ ରବିବାର ରାତିରେ ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ ପରେ ସାଧାରଣ ଜନତାଙ୍କ ଦୀର୍ଘ ଦିନର ଦାବିକୁ ଗୁରୁତ୍ୱ ଦେଇ ଜିଲା ପ୍ରଶାସନ ଓ ପୋଲିସ ସୋମବାର ଠାରୁ ସକାଳ ୮ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତି ଭାରୀଯାନ ଚଳାଚଳ ବନ୍ଦ ରଖିଛି । ରବିବାର ରାତିରେ ବନ୍ତ ବଜାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆଗରେ (ଓଆର-୨୨-ଜେ୦୭୩୩ ) ନମ୍ବର ବିଶିଷ୍ଟ ଏକ ବାଲି ବୋଝେଇ ହାଇୱା ଧକ୍କାରେ ଆଗରପଡା ଥାନା ଅର୍ନ୍ତଗତ ଓଡଙ୍ଗ ପଞ୍ଚାୟତର ଏରଝାଟିଆ ଗ୍ରାମର ନରେନ୍ଦ୍ର ମହାନ୍ତିଙ୍କ ସାନ ପୁଅ ପ୍ରଭାତ ରଞ୍ଜନ(୨୨)ଙ୍କ ମୃତ୍ୟୁ ଘଟିଥିଲା । ପ୍ରଭାତ ଏକ ଲୁନା ଗାଡିରେ ବନ୍ତ ଅଭିମୁଖେ ଆସୁଥିବା ବେଳେ ଭଦ୍ରକ ଅଭିମୁଖେ ଯାଉଥିବା ଉକ୍ତ ହାଇୱା ଗାଡି ଧକ୍କାଦେଇଥିଲା । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହ ମୃତକ ପରିବାରକୁ କ୍ଷତିି ପୂରଣ ଦାବି କରିଥିଲେ । ଭାରୀଯାନ ଚଳାଚଳ ବନ୍ଦ ରଖିବା ପାଇଁ ଜିଦରେ ଅଟଳ ରହିବା ପରେ ଜିଲା ପ୍ରଶାସନ ପକ୍ଷରୁ ମୃତକ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରିବା ସହିତ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ବନ୍ଦ ରହିବାର ନିର୍ଭର ପ୍ରତିଶୃତି ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ଦୁର୍ଘଟଣା ଘଟାଇଥିବା ଗାଡି ଓ ଚାଳକକୁ ବନ୍ତ ପୋଲିସ ଜବତ କରି ଥାନାରେ ଅଟକ ରଖିଛି । ନରେନ୍ଦ୍ରଙ୍କ ଅଭିଯୋଗ କ୍ରମେ ୭୮/୧୯ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ଗଣେଶ୍ୱର ପ୍ରଧାନ ସୂଚନାଦେଇଛନ୍ତି । ସୋମବାର ସକାଳ ୮ଟାରୁ ଭାରୀଯାନ ବନ୍ଦ ରହିବାରୁ ବନ୍ତ-ଆନନ୍ଦପୁର ରାସ୍ତାର ଶ୍ରୀବନ୍ତପୁର ଛକ ଠାରେ ବହୁ ସଂଖ୍ୟାରେ ଭାରୀଯାନ ଅଟକି ରହିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ