ଦୁର୍ଘଟଣା ନୁହେଁ ସୁପରିକଳ୍ପିତ ହତ୍ୟା,୩ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ପାରଳାଖେମୁଣ୍ଡି ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ଟ୍ରାକ୍ଟର ଦୁର୍ଘଟଣା ଦ୍ୱାରା ମୃତ୍ୟୁ ଘଟିଥିବା ଦର୍ଶାଇ ଜଣକୁ ନିର୍ମମ ଭାବେ ସୁପରିକଳ୍ପିତ ହତ୍ୟା ଘଟଣାର ପର୍ଦାଫାଶ କରିଛି ପାରଳାଖେମୁଣ୍ଡି ପୋଲିସ । ଏହି ଘଟଣାରେ ୩ଜଣଙ୍କୁ ଗିରଫ କରି ଆଜି କୋର୍ଟକୁ ଚାଲାଣ କରାଯାଇ ଥିବା ସୁଚନା ମିଳିଛି । ଆଜି ଏଥିନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ଜିଲ୍ଲା ଏସପି ସାରା ଶର୍ମା ଜଣାଇଛନ୍ତି,ଗତ ୦୮ଜାନୁୟାରୀରେ ଟ୍ରାକ୍ଟର ଦୁର୍ଘଟଣା ଦ୍ୱାରା ଯାଜପୁର ଗ୍ରାମର କାଳୀଦାସ ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ଦର୍ଶାଯାଇଥିଲା । ତେବେ ଏହା ଦୁର୍ଘଟଣା ନୁହେଁ ହତ୍ୟା ଘଟଣା ବୋଲି ମୃତକଙ୍କ ପରିବାର ତରଫରୁ ପାରଳା ଥାନାରେ ଅଭିଯୋଗ କରାଯାଇଥିଲା । ଏହାକୁ ଭିତ୍ତି କରି ପାରଳାଖେମୁଣ୍ଡି ପୋଲିସ ତଦନ୍ତ ଜାରି ରଖିଥିଲା । ଏଥିରେ ସ୍ପଷ୍ଟ ହେଲା ସେହି ଯାଜପୁର ଗ୍ରାମର ଭାସ୍କର ବିସ୍ୱାଳ(୪୨),ଛବିଳ ସ୍ୱାଇଁ (୩୫),ପ୍ରଭାକର ପ୍ରଧାନ(୩୪) ୩ଜଣ ମିଶି ସୁପରିକଳ୍ପିତ ଭାବେ କାଳୀଦାସ ପ୍ରଧାନଙ୍କୁ ହତ୍ୟା କରିଥିଲେ । ପୋଲିସ ଏହି ୩ଜଣଙ୍କୁ ଗିରଫ କରି ଆଜି ପାରଳାଖେମୁଣ୍ଡି କୋର୍ଟକୁ ଚାଲାଣ କରିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ପ୍ରକାଶ ଚନ୍ଦ୍ର ଜେନ୍ନା,ପାରଳା ଥାନା ଆଇଆଇସି ବିବେକାନନ୍ଦ ସ୍ୱାଇଁ ଉପସ୍ଥିତ ଥିଲେ । ।