ଦୁର୍ଘଟଣା ପରେ ଜଣାପଡ଼ିଲା ଜଣେ ଯୁବକଙ୍କର ୧୭ ପ୍ରେମିକା
ଆଜିକାଲି ପ୍ରେମ କରିବା ଏକ ସାଧାରଣ ଘଟଣା । ହେଲେ ଗୋଟିଏ ନୁହେଁ କି ଦୁଇଟି ନୁହେଁ, ୧୭ ଜଣ ପ୍ରେମିକାଙ୍କୁ ଏକାସଙ୍ଗେ ପ୍ରେମ କରି ଫସିଛନ୍ତି ଜଣେ ଯୁବକ । ଚାଇନାର ହୁନାନ ଅଞ୍ଚଳରେ ରହୁଥିବା ୟୁଆନ ନାମକ ଜଣେ ଯୁବକ ହଠାତ୍ ଦିନେ ଦୁର୍ଘଟଣାର ଶିକାର ହେଲେ । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା । ଏହି ଖବର ପାଇବା ପରେ ତାଙ୍କର ପ୍ରେମିକାଙ୍କ ସୁଅ ଛୁଟିଲା ହସ୍ପିଟାଲକୁ । ତେବେ ପ୍ରେମିକାମାନେ ପରସ୍ପରକୁ ଚିହ୍ନି ନ ଥିବାବେଳେ ହସ୍ପିଟାଲରେ ହିଁ ସେମାନେ ଜାଣିଥିଲେ ଯେ ସମସ୍ତେ ହେଉଛନ୍ତି ସେହି ଜଣେ ଯୁବକଙ୍କ ପ୍ରେମିକ । ଏମାନଙ୍କ ମଧ୍ୟରୁ ଜଣେ ୟୁଆନଙ୍କ ପିଲାର ମା’ ମଧ୍ୟ ହୋଇସାରିଥିଲେ । ସବୁଠାରୁ ମଜାଦାର କଥା ହେଲା ଏମାନେ ସମସ୍ତେ ଭିନ୍ନ ଭିନ୍ନ ଅଞ୍ଚଳର । ପୋଲିସ ଏବେ କେଉଁ ଧରଣ ଅଭିଯୋଗକୁ ଗ୍ରହଣ କରିବ ତା’କୁ ନେଇ ପଡିଛି ଚିନ୍ତାରେ ।