ଦୁର୍ଘଟଣା ପିଡ଼ିତଙ୍କ ପାଇଁ ରକ୍ତଦାନ, ରକ୍ତଦାନ ସେବା ସମ୍ମାନ ପ୍ରଦାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ସାହାଯ୍ୟ ଅନୁଷ୍ଠାନ ପକ୍ଷରୁ ଦୁର୍ଘଟଣା ପିଡ଼ିତଙ୍କ ପାଇଁ ଏକ ରକ୍ତଦାନ ଶିବିର ପୁରୁଣା ଭୁବନେଶ୍ୱର ବାସୁଦେବ ରିସୋର୍ଟରେ ଅନୁଷ୍ଠିତ ହୋଇଯାଇଛି । ଚମ୍ପାବତୀ ଦେବୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଶାସକ ତଥା ଖୋର୍ଦ୍ଧା ଜିଲ୍ଲାପାଳ ରଘୁନାଥ ମିଶ୍ର ଅତିଥିଭାବେ ଯୋଗ ଦେଇଥିଲେ । ଡ. ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ସରୋଜ କୁମାର ସାହୁ, ଓଡ଼ିଶା ସମାଜସେବୀ ମହାସଂଘ ସଭାପତି ନାରାୟଣ ଚନ୍ଦ୍ର ଓଝା, ଉପ ସଭାପତି ଆଦିତ୍ୟ ମହାପାତ୍ର, ଡାକ୍ତର ରଞ୍ଜିତା ମହାପାତ୍ର, ଡାକ୍ତର ଅରବିନ୍ଦ ମହାପାତ୍ର, କ୍ଷିରୋଧ କୁମାର ଦାସ ପ୍ରମୁଖ ସାମିଲ ହୋଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଓ ରକ୍ତ ଭଣ୍ଡାର ଡାକ୍ତର ଅନନ୍ୟା ମିଶ୍ର, ପ୍ରଣତି ଦାଶ, ସୁବ୍ରତ କୁମାର ସେଠୀ, ନରେନ୍ଦ୍ର ଭୋଇ, ମାନସ କୁମାର ସାହୁ, ପ୍ରେମାଞ୍ଜନ ପରିଚ୍ଛାଙ୍କୁ ରକ୍ତଦାନ ସେବା ସମ୍ମାନ ପ୍ରଦାନ କରାଯାଇଥିଲା ।