ଦୁର୍ଘଟଣା ରେ ବାପ ଝିଅ ମୃତ୍ୟୁ
୫ନମ୍ବର (କ)ଜାତୀୟ ରାଜପଥର ଶ୍ୟାମସୁନ୍ଦରପୁର ଓ କଜଳ ଗଡା ମଧ୍ୟରେ ରାସ୍ତା କଡରେ ବାଇକ ସହିତ ଛିଡା ହୋଇଥିବା ବେଳେ ବାପ ଓ ଝିଅଙ୍କୁ ସେହି ରାସ୍ତାରେ ଦ୍ରୁତ ଗତିରେ ଯାଉଥିବା ଏକ ହାଇୱା ଟ୍ରକ ଧକ୍କା ଦେଇ ଓଲଟି ପଡିଥିଲା। ଫଳରେ ବାପ ଓ ଝିଅଙ୍କ ଗଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଘଟଣାରୁ ପ୍ରକାଶ ଯେ କଟକ ଜିଲ୍ଲାର ନେମାଳ ଥାନା ଅନ୍ତର୍ଗତ ଓରତି ଗ୍ରାମର ସୁଶାନ୍ତ ନାୟକ ତାଙ୍କ ପତ୍ନୀ, ଝିଅ ଓ ପୁଅକୁ ବାଇକରେ ବସାଇ ବନ୍ଧୁ ଘରକୁ ଆସି ଘରକୁ ଫେରୁଥିବା ସମୟରେ ୫ନମ୍ବର (କ)ଜାତୀୟ ରାଜପଥର ଶ୍ୟାମସୁନ୍ଦରପୁର – କଜଳା ଗଡା ମଝିରେ ଶୁକ୍ରବାର ସନ୍ଧ୍ୟାରେ ବାଇକ ରଖି ତାଙ୍କ ପତ୍ନୀ ଓ ପୁଅ ପରିସ୍ରା କରିବାକୁ ରାସ୍ତା ତଳକୁ ଯାଇଥିବା ବେଳେ ଅଜୟ ତାଙ୍କ ଝିଅ ବାଇକ ପାଖରେ ଛିଡା ହୋଇଥିଲେ। ସେହି ସମୟରେ ପାରାଦୀପ ଆଡୁ ଦ୍ରୁତ ଗତୀରେ ଆସୁଥିବା ଏକ ହାଇୱା ଟ୍ରକ ଉଭୟ ବାପ ଓ ଝିଅଙ୍କ ଉପରେ ଗାଡି ଚଢାଇ ଦେଇ କିଛିବାଟ ଯାଇ ଓଲଟି ପଡିଥିଲା। ଫଳରେ ଅଜୟ ଓ ତାଙ୍କ ଝିଅଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ୫ନମ୍ବର (କ) ଜାତୀୟ ରାଜପଥକୁ କଜଳା ଗଡା ନିକଟରେ ଅବରୋଧ କରିଥିଲେ। ଖବରପାଇ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା ଓ ସଦର ଥାନା ଅତିରିକ୍ତ ଆଇଆଇସି ସେଠାରେ ପହଁଚି ଲୋକମାନଙ୍କୁ ବୁଝାଶୁଝା କରି ରେଡକ୍ରସରୁ ସହାୟତା ପ୍ରଦାନ ପାଇଁ ପ୍ରତିଶୃତି ଦେବାପରେ ରାସ୍ତାରୋକ ହଟିଥିଲା। ଏଥିସହିତ ସେଠାରେ ଏକ ହମ୍ପସ ନିର୍ମାଣ ନିମନ୍ତେ ହୋଇଥିବା ଦାବିକୁ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ପଠାଇଦିଆଯିବ ବୋଲି ପୋଲିସ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା