ଦୁର୍ଘଟଣା ଶିକ୍ଷକଙ୍କୁ ମିଳିତ ଶିକ୍ଷକସଙ୍ଘ ପକ୍ଷରୁ ୫୧ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଳକ ଅନ୍ତର୍ଗତ ସୁବଳୟା ହାଇସ୍କୁଲର ପ୍ରାଥମିକ ଶିକ୍ଷକ ଶ୍ରୀ ଅରୁଣ କୁମାର ପଣ୍ଡା ଦୁର୍ଘଟଣାର ଶିକାର ହୋଇ ଦୀର୍ଘ ୪୫ ଦିନ ଧରି ଭୁବନେଶ୍ୱର ସ୍ଥିତ AIMS ଠାରେ ଚିକିତ୍ସାଧିନ ଅଛନ୍ତି l ଏହି ଅବସରରେ ଦୁର୍ଘଟଣାର ଶିକାର ହୋଇଥିବା ଶିକ୍ଷକଙ୍କ ଚିକିତ୍ସା ନିମନ୍ତେ, ଆଜି ମିଳିତ ଶିକ୍ଷକ ସଂଘ ତରଫରୁ ୫୧ହଜାର ଟଙ୍କା ଆର୍ଥିକ ସହାୟତା ତାଙ୍କ ସହଧର୍ମିଣୀଙ୍କୁ ପ୍ରଦାନ କରିଛନ୍ତି | ଆର୍ଥିକ ସହାୟତା ପ୍ରଦାନ ସମୟରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ, ଗଞ୍ଜାମ, ସଭାପତି ଶ୍ରୀ ଗଜେନ୍ଦ୍ର ମାଝୀ, ଉପଦେଷ୍ଟା ଶ୍ରୀ ନିରଞ୍ଜନ ମହାପାତ୍ର, କାର୍ଯ୍ୟକାରୀ ସଭାପତି PSTA, ଓଡିଶା ଶ୍ରୀ କ୍ରିଷ୍ଣ ଚନ୍ଦ୍ର ବେହେରା, AUPTF ସଂଘ ଗଞ୍ଜାମ ବ୍ଲକର ସମ୍ପାଦକ ଶ୍ରୀ ଅଭିମନ୍ୟୁ ନାୟକ, ଶିକ୍ଷକ ପ୍ରଭାକର ନାହାଜ ଓ ୨ ଜଣ CRCC ଶ୍ରୀ LAXMAN କୁମାର ସେଠି, ଶ୍ରୀ ରତ୍ନାକର ସେଠି ଉପସ୍ଥିତ ଥିଲେ | ସଂଘ ତରଫରୁ ଶିକ୍ଷକଙ୍କ ଶୀଘ୍ର ଆରୋଗ୍ୟ ଲାଭ କରିବା ନିମନ୍ତେ ଭଗବାନ ଠାରେ ପାର୍ଥନା କରିବା ସଙ୍ଗେ ସଙ୍ଗେ ତାଙ୍କ ସହଧର୍ମିଣୀଙ୍କୁ ଧର୍ଯ୍ୟ ଧରିକାର୍ଯ୍ୟକାରିବାକୁ ସାହସ ଦେଇଥିଲେl