ଦୁର୍ଘଟଣା ହୋଇଥିବା ପିକଅପ ଭ୍ଯାନରୁ ବନବିଭାଗ ପକ୍ଷରୁ କାଠ ଜବତ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ପିକାପ ଭ୍ୟାନ ରେ ଚୋରା କାଠ ଚାଲାଣ କରୁଥିବା ବେଳେ ରାସ୍ତା ରେ ଦୁର୍ଘଟଣା ହୋଇଥିବା ବେଳେ ଦିଗପହଣ୍ଡି ବନାଞ୍ଚଳ ପାଟପୁର ସେକ୍ସନ ଡେଙ୍ଗାଓସ୍ତା –ପଳାସପୁର ମୁଖ୍ୟରାସ୍ତାର ନୂଆଗଡ ଗ୍ରାମ ନିକଟରେ ମଙ୍ଗଳବାର ସକାଳୁ ଏକ ନମ୍ବର ବିହୀନ ପିକଅପ ଭ୍ୟାନରେ ବେଆଇନ ଭାବେ ଶାଗୁଆନ କାଠ ଚୋରାଚାଲାଣ ପିକାପ୍ ଭ୍ୟାନ କୁ ଖବରପାଇ ବନବିଭାଗ ଦୁର୍ଘଟଣା ଗ୍ରସ୍ତ ଭ୍ଯାନରୁ ୩୦ ଘନଫୁଟ ଶାଗୁଆନ କାଠ ଜବତ କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଭ୍ୟାନ ଚାଳକ ଫେରାର ଥିବା ଜଣାପଡିଛି । ବନାଞ୍ଚଳ ଅଧିକାରୀ ଦିବ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ପାଟପୁର ବନବିଭାଗ ସେକ୍ସନ ବନପାଳ ପ୍ରମୋଦ କୁମାର ନାୟକ , ଫରେଷ୍ଟ ଗାର୍ଡ ମନୋରଞ୍ଜନ ଗୌଡ଼ , ମନୋଜ ସେଠୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ।ଏହାପରେ ବନବିଭାଗ ପକ୍ଷରୁ କାଠ ସହ ଭ୍ୟାନକୁ ଜବତ କରି ପାଟପୁର ବନବିଭାଗ ସେକ୍ସନ କାର୍ଯ୍ୟାଳୟକୁ ନେଇଥିଲେ । ଜବତ କାଠର ଆନୁମାନିକ ମୂଲ୍ୟ ୫୦ହଜାର ରୁ ଉର୍ଦ୍ଧ ହେବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ପାଟପୁର ବନପାଳଙ୍କ ଏତଲା କ୍ରମେ ଦିଗପହଣ୍ଡି ବନବିଭାଗ ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ମାମଲା ନଂ.୧୮/୨୪-୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି । ଖୁବଶୀଘ୍ର ଏହାର ତଦନ୍ତ କରି କାଠ ଚୋରା ଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଗିରଫ କରାଯିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଗପହଣ୍ଡି ରେଞ୍ଜର ଦିବ୍ୟରଞ୍ଜନ ସାହୁ ସୂଚନା ଦେଇଛନ୍ତି।