ଦୁର୍ଦ୍ଦାନ୍ତ ଚୋର ଗ୍ୟାଙ୍ଗକୁ ଧରିଲା ଭଂଜପୁର ପୋଲିସ ବାଇକ, ନଗଦ ଟଙ୍କା, ଲ୍ୟାପଟପ ସହ ସୁନା ଅଳଙ୍କାର ଜବଦ

ବାରିପଦା,(ମୁରାରୀ ମୋହନ ମହାପାତ୍ର):ବାରିପଦା ସହର ରେ ଚୋରି ଛୀନତାଇ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ, ତାଲାବନ୍ଦ ଘରୁ ନିୟମିତ ଚୋରି କରି ବାରିପଦା ସହରରେ ଆତଙ୍କ ସୃଷ୍ଟି କରିଥିବା ଦୁର୍ଦ୍ଦାନ୍ତ ଚୋର ଗ୍ୟାଙ୍ଗକୁ ଧରିବାରେ ଭଞ୍ଜପୁର ଥାନା ପୁଲିସକୁ ଏକ ବଡ଼ ସଫଳତା ମିଳିଛି. ଚୋର ଗ୍ୟାଙ୍ଗର ୮ଜଣ ସଦସ୍ୟକୁ ଗିରଫ କରିବା ସହ ସୁନା ଅଳଙ୍କାର, ବାଇକ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି. ଏନେଇ ଭଞ୍ଜପୁର ଥାନାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ କୁମାର ଗୋଛାୟତ ସବିଶେଷ ସୂଚନା ପ୍ରଦାନ କରିଛନ୍ତି. ଗିରଫ ଅଭିଯୁକ୍ତ ମାନେ ଭଞ୍ଜପୁର ଥାନା ଅନ୍ତର୍ଗତ ବଢ଼େଇସାହି ଅଞ୍ଚଳର ରାଜକିଶୋର ବାରିକ(୨୦), ରାହୁଲ ଦିଗାର(୨୦), ମନୋଜ କୁମାର ବେହେରା (୨୦), ଯମୁନାଦେଇପୁର ଅଞ୍ଚଳର ଅସ୍ମିତ ପାତ୍ର(୨୦), ଶରତ ଚନ୍ଦ୍ର ପାତ୍ର(୫୦), ବାରିପଦା ଟାଉନ ଥାନା ଅନ୍ତର୍ଗତ ମଧୁବନ ଅଞ୍ଚଳର ସୋମନାଥ ପାଳ(୨୫), ଲାଲ ବଜାର ଅଞ୍ଚଳର ବବୁଲୁ ଅଧିକାରୀ(୩୮) ଓ ବଡ଼ସାହି ଥାନା ଅନ୍ତର୍ଗତ ଖାନୂଆ ଅଞ୍ଚଳର ଶିବ ବେହେରା(୨୫) ବୋଲି ଜଣାଯାଇଛି. ଉକ୍ତ ଚୋର ଗ୍ୟାଙ୍ଗ ବାରିପଦା ସହରର ବିଭିନ୍ନ ସ୍ଥାନରେ ତାଲା ବନ୍ଦ ଘରୁ ନିୟମିତ ଚୋରି କରୁଥିଲେ. ଯାହାକୁ ନେଇ କିଛି ଦିନ ହେବ ସହରରେ ଆତଙ୍କ ଖେଳି ଯାଇଥିଲା. ଗ୍ୟାଙ୍ଗ ସଦସ୍ୟ ମାନେ ଲୋକଙ୍କ ଅନୁପସ୍ଥିତ ଥିବା ସୁଯୋଗ ନେଇ ତାଲା ବନ୍ଦ ଘରକୁ ଚିନ୍ହଟ କରୁଥିଲେ. ଏହାପରେ ଯୋଜନା ମୁତାବକ ଉକ୍ତ ଘରେ ରାତିରେ ପଶି କଳା କନା ବୁଲାଉଥିଲେ. ଗତ ତା ୧୩/୨/୨୫ ରିଖ ବାରିପଦା ରଘୁନାଥ ପୁର ଅଞ୍ଚଳର ବିକାଶ ପାତ୍ର ଙ୍କ ଏତେଲା ମୁତାବକ ଭଂଜପୁର ପୋଲିସ ଘଟଣାର ତଦନ୍ତ କରୁଥିଲା. ସିସି ଟିଭି ଫୁଟେଜ ଆଧାରରେ ତଥ୍ୟ ଯୋଗାଡ଼ କରି ଭଂଜପୁର ଥାନା ଅଧିକାରୀ କରୁଣାକର ରାଉତଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଏହି ଚୋର ଗ୍ୟାଙ୍ଗକୁ ଧରିବା ପାଇଁ ଜାଲ ବିଛାଇଥିଲେ. ପୋଲିସ ଏମାନଙ୍କ ଠାରୁ ୨ଟି ବାଇକ, ୪୦,୦୦୦ ନଗଦ ଟଙ୍କା, ଲ୍ୟାପଟପ, ଏଲସିଡ଼ି, ୧୨ଟି ମୋବାଇଲ ଫୋନ, ଇନଭେଟର, ୫୩ଗ୍ରାମର ତରଳା ଯାଇଥିବା ସୁନା, ୪୩ଗ୍ରାମ ସୁନା ଅଳଙ୍କାର ଏବଂ ଅନ୍ୟାନ୍ୟ ଚୋରି ସାମଗ୍ରୀ ଜବତ କରାଯାଇଛି ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ କୁମାର ଗୋଚ୍ଛାଏତ କହିଛନ୍ତି. ଏହି ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ଭଂଜପୁର ଥାନାରେ ୧୦ଟି ମାମଲା ରହିଥିବାର ଜଣାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ