ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି ମଧ୍ୟାହ୍ନ ଭୋଜନରେ ନିୟୋଜିତ ପାଚିକା

ବନ୍ତ, (ଚାନ୍ଦିନୀ ମହାନ୍ତି) : କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ବିଦ୍ୟାଳୟ ଗୁଡିକୁ ଫେବୃଆରୀ ୨୦ ଠାରୁ ବନ୍ଦ ରଖିଛନ୍ତି । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ କୋଭିଡ୍‌-୧୯ କାର୍ଯ୍ୟରେ ନିୟୋଜିତ କରାଯିବା ସହିତ ଘରେ ଘରେ ପାଠ୍ୟପୁସ୍ତକ, ଆଇରନ୍ ବଟିକା ବଣ୍ଟନ, ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ପାଠ ପଢାଇବା କାର୍ଯ୍ୟ, ନାମଲେଖା ଏବଂ ଟି.ସି, ସ୍କୁଲ ଲିଭିଂ ସାର୍ଟିଫିକେଟ ଦେବା କାର୍ଯ୍ୟରେ ନିୟୋଜିତ ହେବା ସହ ନିୟମିତ ଦରମା ପାଉଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ ବାବଦ ଚାଉଳ ଏବଂ ଟଙ୍କା ପାଉଛନ୍ତି । ହେଲେ ସ୍ୱଳ୍ପ ପାରିଶ୍ରମିକରେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ କାର୍ଯ୍ୟରେ ନିୟୋଜିତ ଗରିବ, ଅସହାୟ ମହିଳା ପାଚିକା ମାନେ ପାରିଶ୍ରମିକ ନପାଇ ବହୁ ଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି । ସରକାର କୋଭିଡ୍‌-୧୯ ସମୟରେ ନିର୍ମାଣ ଶ୍ରମିକ, ରାସନକାର୍ଡ ହିତାଧିକାରୀ ମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେଉଥିବା ବେଳେ ପାଚିକା ମାନେ ସେଥିରୁ ବଞ୍ôଚତ ହୋଇଛନ୍ତି । ରାଜ୍ୟ ସରକାର କରୋନା କଷ୍ଟ ବେଳେ ଗରିବ ମହିଳା ପାଚିକା ମାନଙ୍କୁ ସହାୟତା ପ୍ରଦାନ କରିବାକୁ ବିଭିନ୍ନ ମହଲ ସମେତ ସ୍ୱେଚ୍ଛାସେବୀ ସଂସ୍ଥା ସିଏଫଡବ୍ଲ୍ୟୁଏସଡି ପକ୍ଷରୁ ଦାବୀ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ