ଦୁର୍ନିତି ନିବାରଣ ସଚେତନତା ସପ୍ତାହ ପାଳିତ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଦୁର୍ନିିତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ସରପଞ୍ଚ ବିଜୟ ଶଙ୍କର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ବିଡିଓ ଦେବଦତ୍ତ ଦାସ, ଭିଜିଲାନ୍ସ ଡିଏସପି ଦକ୍ଷିଣ ଚରଣ ମୁର୍ମୁ, ମନ୍ମଥ ସିଂ, ସୁନିଲ ରଞ୍ଜନ ପାଢୀ ପ୍ରମୁଖ ଯୋଗଦେଇ ଦୁର୍ନିତି ନିବାରଣ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅକ୍ଟୋବର ୨୬ଠାରୁ ନଭେମ୍ବର ୧ଯାଏଁ ଜନସଚେତନତା ସୃଷ୍ଟି ପାଇଁ ଦୁର୍ନିତି ନିବାରଣ ଜନସଚେତନତା ପାଳନ ହେଉଥିବା ସୂଚନା ଦିଆଯାଇଥିଲା । ଏଥିରେ ପଞ୍ଚାୟତର ସମସ୍ତ ଜୀବିକା ମିଶନର ଏମବିକେ, ସିଆରପି, ଏସଏଚଜି ଗ୍ରୁପର ମହିଳା ଓ ଅନ୍ୟାନ୍ୟ ବର୍ଗର ଜନସାଧାରଣ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ