ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ନିରାପଦ ବାସସ୍ଥଳୀ ପାଲଟିଛି ଗଜପତି ଜିଲ୍ଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଦିବାସୀ ବହୁଳ ଉପାନ୍ତ ଗଜପତି ଜିଲ୍ଲା ଏବେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ନିରାପଦ ଆଶ୍ରୟସ୍ଥଳୀ ପାଲଟିଛି. ଏହି ଜିଲ୍ଲାରେ ଜିଲ୍ଲା ସ୍ତରରୁ ଆରମ୍ଭ କରି ପଞ୍ଚାୟତସ୍ତର ଏବଂ ଦୁର୍ଗମ ଗ୍ରାମାଅଞ୍ଚଳ ପଯ୍ୟନ୍ତ ଲୋକଙ୍କୁ ସେବା ଯୋଗାଇବା ପାଇଁ ଜନ ସାଧାରଣଙ୍କ ଟିକସ ଦ୍ୱାରା ପ୍ରତେକ ମାସରେ ଦରମା ନେଇ ବିଭିନ୍ନ ଦାୟିତ୍ୱରେ ଥିବା ସରକାରୀ ବାବୁ ମାନଙ୍କ ଦୌରାତ୍ମ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି. ଏହି ଅଧିକାରୀମାନେ ସମସ୍ତଙ୍କ ଜାଣତରେ ହରିଲୁଟ କରିବା ସହ ଲାଞ୍ଚ ଦାବି ଅନୁଯାଇ ଅର୍ଥ ନ ମିଳିଲେ କୌଣସି କାମ କରୁ ନାହାନ୍ତି. ଏଭଳି ଏକ ଘଟଣା ବର୍ତ୍ତମାନ ନଜରକୁ ଆସିଛି. ଓଡିଶା ଜୀବିକା ମିଶନର ଜଣେ ସାଧାରଣ କର୍ମୀ ଦାବି ମୁତାବକ ଲାଞ୍ଚ ଟଙ୍କା ନ ଦେବାରୁ ତାଙ୍କୁ ଚାକିରୀରୁବିଦା କରାଯାଇଥିବା ଅଭିଯୋଗ ହୋଇଛି. ବର୍ତ୍ତମାନ ସେ ନ୍ୟାୟ ପାଇଁ ଗଜପତି ଜିଲ୍ଲା ପ୍ରଶାସନର ଦ୍ୱାରସ୍ତ ହୋଇଛନ୍ତି. ଘଟଣାରୁ ପ୍ରକାଶ,ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ବିପିଏମ୍ ଏବଂ ଜୀରାଙ୍ଗ ପଞ୍ଚାୟତର ଏମବିକେ ଜଣେ ସେହି ପଞ୍ଚାୟତର ସିଆରପିଙ୍କୁ ଲାଞ୍ଚମାଗିଥିବାର ଅଭିଯୋଗ ହୋଇଛି । ଆଜି ଏନେଇ ଗଜପତି ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ସିଆରପି କର୍ମୀ । ପ୍ରକାଶ ଯେ, ରାୟଗଡ ବ୍ଲକ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତରେ ଓଡିଶୀ ଜୀବିକା ମିଶନରେ ସିଆରପି ଭାବେ ଜାନୁଆରୀ ୨୦୨୨ ମସିହା ରେ କାର୍ଯ୍ୟ ରେ ଯୋଗ ଦେଇଥିଲେ ସଂଗିତା ପ୍ରଧାନୀ । ତେବେ ଗତ ଜୁନ୍ 2022ରେ ଜିରାଙ୍ଗ ପଞ୍ଚାୟତର ଏମବିକେ ହେମାଙ୍ଗିନୀ କରାଡ ତୁମେ ଆଉ ଡ୍ୟୁଟି କର ନାହିଁ ବୋଲି କହିଥିବା ଅଭିଯୋଗ କରିଛନ୍ତି ସି ଆର୍ ପି ସଂଗୀତା ପ୍ରଧନୀ। ଯଦି ତୁମେ ଟଙ୍କା ଦେବ ତେବେ ଡ୍ୟୁଟି କରିବ, ନ ହେଲେ ଆଉ ଡ୍ୟୁଟି କରିବ ନାହିଁ ବୋଲି ଏମବିକେ ହେମାଙ୍ଗିନୀ କରାଡ ରୋକଠକ ରେ ମନା କରିଥିବାର ଅଭିଯୋଗ ଆଣିଛନ୍ତି ସଂଗୀତା । ସଂଗୀତା ଆହୁରି ପ୍ରକାଶ କରିଛନ୍ତି ଯେ, ଏହି ସିଆରପିରେ କାମ କରିବା ପୂର୍ବରୁ ତାଙ୍କୁ କୋଡିଏ ହଜାର ଟଙ୍କା ମଗାଯାଇଥିଲା । ହେଲେ ସଂଗୀତା କୋଡିଏ ହଜାର ବଦଳରେ ପନ୍ଦର ହଜାର ଟଙ୍କା ଦେବାପାଇଁ ରାଜି ହୋଇଥିଲେ ଏବଂ ଏବାବଦରେ ସେତେବେଳେ ଦଶହଜାର ଟଙ୍କା ଅଗ୍ରୀମ ଦେଇଥିଲେ । ଅବଶିଷ୍ଠ ପାଞ୍ଚହଜାର ଟଙ୍କା ଦରମା ପାଇବା ବେଳେ ଦେବେ ବୋଲି କଥା ହୋଇଥିଲେ । ହେଲେ କାର୍ଯ୍ୟ ଆରମ୍ଭ କରିବାର ଛଅ ମାସ ପର୍ଯ୍ୟନ୍ତ ଦରମା ମିଳି ନଥିଲା । ଛଅ ମାସ ପରେ ଦରମା ବାବଦକୁ ମୋଟ ଅଠର ହଜାର ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆସି ଥିଲା । ଦରମା ଟଙ୍କା ପାଇବା ପରେ ସଂଗୀତାଙ୍କୁ ଏମବିକେ ହେମାଙ୍ଗିନୀ କରାଡ ତୁମର ଦରମା ଭୁଲରେ ଛଅ ମାସର ଅଠର ହଜାର ଟଙ୍କା ଆସିଛି । ତେଣୁ ତୁମେ ପୂର୍ବ ବକେୟା ପାଞ୍ଚ ହଜାର ଏବଂ ଛଅମାସର ଦରମା ମଧ୍ୟରୁ ତିନି ମାସର ଦରମା ମାଗି ଆଣି ବାକୁ କହିଛନ୍ତି ବିପିମ୍ ଲତିକା ଦେବି ବୋଲି ଏମବିକେ ମାଗିଥିବା ଅଭିଯୋଗ କରିଛନ୍ତି ସଂଗୀତା। ଏଥିରେ ସଂଗୀତା ଅମଙ୍ଗ ହେବାରୁ ହେମାଙ୍ଗିନୀ କରାଡ ରେଜୁଲେସନ ବହି ଧରି ପଳେଇଥିବାର କହିଛନ୍ତି । ଏହି ଲାଞ୍ଚ ଟଙ୍କାକୁ ହେମାଙ୍ଗିନି କରାଡ ରାୟଗଡ ବ୍ଲକ ବିପିଏମ୍ ଲତିକାଦେବୀଙ୍କୁ ଦିଆଯିବ ବୋଲି କହିଥିବାର ସଂଗୀତା ଜଣାଇଛନ୍ତି । ସଂଗୀତା ଆହୁରି ଜଣାଇଛନ୍ତି ଯେ ସେ ଅତି ଗରୀବ ଶ୍ରେଣୀର ଅଟନ୍ତି । ଏପରିକି ତାଙ୍କ ଶାଶୁ ଘର ଲୋକେ ନିର୍ଯ୍ୟାତନା ଦେଇ ଘରୁ ବାହାର କରିଦେଇଛନ୍ତି । ସେ ତାଙ୍କ ବାପ ଘର ମୋହନା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଠାରେ ରହୁଥିବାର ଜଣାଇଛନ୍ତି । ଏନେଇ ସିଆରପି ସଂଗୀତା ଗଣମାଧ୍ୟମକୁ କହିଛନ୍ତି ଯେ, ରାୟଗଡ ବିପିଏମ୍ ଲତିକା ଦେବୀ ଓ ଏମବିକେ ହେମାଙ୍ଗିନୀ କରାଡ ଉଭୟେ ମିଶି ଲାଞ୍ଚ ମାଗିଛନ୍ତି । ଲାଞ୍ଚ ଟଙ୍କା ନ ଦେବାରୁ ସେମାନେ ମୋତେ ସିଆରପି ଚାକିରୀରୁ ବିଦା କରିଛନ୍ତି । ଏସମ୍ପର୍କରେ ଆଜି ସେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏନେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିଞ୍ଜ ଗଣମାଧ୍ୟମକୁ କହିଛନ୍ତି ଯେ, ସମସ୍ତ ଘଟଣାର ତଦନ୍ତ କରାଯିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଗକୁ ସଂଗୀତା ଙ୍କୁ କେବେ ନ୍ଯାୟ ମେଳିବ ତାହା ଦେଖି ବାକୁ ବାକି ରହିଲା ।