ଦୁର୍ନୀତିର ଗନ୍ତାଘର କୁକୁଡାଖଣ୍ଡି ବ୍ଲକ;ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି କନିଷ୍ଟଯନ୍ତ୍ରୀଙ୍କ ପିସି ଭିଡ଼ିଓ

କୁକୁଡାଖଣ୍ଡି,(ଓ୍ବାଇଏନ୍ଏସ୍): ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ସତେ ଯେପରି ଦୁର୍ନୀତିର ଗନ୍ତାଘର ପାଲଟି ଯାଇଛି I ବିଭିନ୍ନ ଉର୍ନତି ମୂଳକ କାର୍ଯ୍ୟରେ ବିଲ କରେଇଦେବା ପାଇଁ ହଜାର ହଜାର ଟଙ୍କା ପିସି କାରବାର ହେଉଥିବା ନେଇ ଅଭିଯୋଗର ଫର୍ଦ ଲମ୍ବିବାରେ ଲାଗିଛି I ପୂର୍ବରୁ ବ୍ଲକରେ କାର୍ଯ୍ୟରତ କନିଷ୍ଟ ଯନ୍ତ୍ରୀ କୈଳାଶ ପାତ୍ର ଏକ ରାସ୍ତା କାମରେ ୩୦ ହଜାର ଟଙ୍କା ପିସି ନେଇଥିବା ନେଇ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ଅଧିକାରୀ ତଦନ୍ତ କରି ଫେରିଥିଲେ ମଧ୍ୟ ତାହା ବିଚାରଧୀନ ଅବସ୍ଥାରେ ରହିଛି I କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସୁଜିତ ଟହଲଙ୍କ ନାମରେ ନବରଙ୍ଗପୁର ଜିଲ୍ଲାରେ ତିନୋଟି ଭିଜିଲାନ୍ସ ମାମଲା ବିଚାରଧୀନ ହୋଇ ରହିଛି I ବର୍ତ୍ତମାନ ବଉଳଝୋଳି ପଞ୍ଚାୟତ ଦାୟିତ୍ୱରେ ଥିବା କୁକୁଡାଖଣ୍ଡି ବ୍ଲକ ଜିପିଟିଏ ସନ୍ତୋଷ ବିଷୋୟୀ ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବା ଭିଡ଼ିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି I ଉକ୍ତ ପଞ୍ଚାୟତର ପୂର୍ବତ୍ତନ ସରପଞ୍ଚ ଅରୁଣ ଭୂୟାଁଙ୍କ ଉପସ୍ଥିତିରେ ଜଣେ ବ୍ୟକ୍ତି ତାଙ୍କୁ ମୋଟା ଅଙ୍କର ଟଙ୍କା ଦେଉଚନ୍ତି ଏବଂ ଯନ୍ତ୍ରୀ ମହାଶୟ ଅର୍ଥ ରାଶିକୁ ସିଧାସଳଖ ପକେଟରେ ରଖିଛିନ୍ତି ଏବଂ ବିଭିନ୍ନ ସରକାରୀ କାର୍ଯ୍ୟର କଥାବାର୍ତ୍ତା କେମେରାରେ କଏଦ ହୋଇଛି I ବଂ ଏହାକୁ ନେଇ ବ୍ଲକ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଗଦାଧର ପାତ୍ର ତଦନ୍ତ ନିର୍ଦ୍ଧେଶ ଦେଇଛିନ୍ତି I କିନ୍ତୁ ରାଜନୈତିକ ମହଲରେ ଏହାକୁ ଦବେଇ ଦେବା ପାଇଁ ଚକ୍ରାନ୍ତ ଚାଲୁଥିବା ଅଭିଯୋଗ ହେଉଛି I ବର୍ତ୍ତମାନ ଏହା ସାମାଜିକ ଗଣମାଧ୍ୟମରେ ଘୁରି ବୁଲିବାରେ ଲାଗିଛି  ଏବଂ ସେଥିରେ ଫୋନ ଯୋଗେ କଥାବାର୍ତ୍ତା ହେବା ଠିକ ନୁହେଁ ଏବଂ ସର୍ବସାଧାରଣରେ ଏହିସବୁ କଥା ଠିକ ନୁହଁ ବୋଲି କହିଛିନ୍ତି ଭିଡ଼ିଓରେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ