ଦୁର୍ନୀତିର ଗନ୍ତାଘର ପାଲଟିଛି କାଶୀନଗର ତହସିଲ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ତହସିଲ ଦୁର୍ନୀତି ଗନ୍ତାଘର ପାଲଟିଥିବା ଅଭିଯୋଗ ହୋଇଛି. ଏଠାରେ ଦୁର୍ନୀତିର ଚେର ଏପରି ମାଡିଛି ଯେ ଯେକୌଣସି କାମରେ ଲାଞ୍ଚ ନ ଦେଲେ କୌଣସି କାମ ହେଉନାହିଁ. ଯେକୌଣସି ବ୍ୟକ୍ତି ପଟା ପାଇଁ ଆବେଦନ କଲେ ତହସିଲ କାର୍ଯ୍ୟାଳୟରେ ମୋଟା ଅଙ୍କର ଅର୍ଥ ଦାବୀ କରାଯାଉଥିବା ଅଭିଯୋଗ ହେଉଛି. ରାଜସ୍ବ ଅଦାଲତର ଆଦେଶ ହେଉ କିମ୍ବା ନୂଆରେ ଜମି କ୍ରୟ କଲେ ଦଲିଲ ଟି ସବ ରେଜିଷ୍ଟ୍ରି ଅଫିସରୁ ତହସିଲକୁ ଆସିବା ପରେ ଦଲିଲ ଆବେଦନ କଲେ ମଧ୍ୟ ଲେଖା ଠାରୁ ଷ୍ଟ୍ରେସ ମ୍ୟାପ ଇତ୍ୟାଦି ସବୁ ଯାଗାରେ ପଇସା ମଗାଯାଉଛି| ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଏଭଳିକି ଏକଜୁକୁଟିଭ ମାଜିଷ୍ଟ୍ରେଟଙ୍କ ପାଖରେ ସତ୍ୟପାଠ କଲେ ନମ୍ବର ପକାଇବା ପାଇଁ ଟଙ୍କା ମଗାଯାଏ, ଗୋଟିଏ ପଟା ଓ ସଂଶୋଧନ ପାଇଁ ମୋଟା ଅଙ୍କ ଦାବୀ କରାଯାଉଛି. କାଶୀନଗର ତହସିଲ ଅଫିସରେ ଏଭଳି ଦୁର୍ନୀତିଓ ଜବରଦସ୍ତ ଲାଞ୍ଚ ମଗାଯିବା ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି. ଘଟଣା ନେଇ ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଯିବା ପାଇଁ ସାଧାରଣରେ ଦାବି ହୋଇଛି. ଏନେଇ କାଶୀନଗର ତହସିଲଦାରଙ୍କୁ ଯୋଗାଯୋଗ ସମ୍ଭବପର ହୋଇପାରିନଥିବା ଯୋଗୁଁ ତାଙ୍କର ମତାମତ ହସ୍ତଗତ ହୋଇପାରିନାହିଁ.