ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ
ଗଂଜାମ, (ଯୁଗାବ୍ଦ ନ୍ୟୁଜ) : ଗଂଜାମ ବ୍ଲକ କାର୍ୟ୍ୟାଳୟ ପରିସରରେ ଗଂଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟଙ୍କ ସଭାପତିତ୍ୱରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ସଭାରେ ଭିଜିଲାନ୍ସ ଏସ.ପି ମାୟାଧର ସାହୁ ଯୋଗ ଦେଇ ଦୁର୍ନୀତି କମିବାପାଇଁ ମାନସିକତାରେ ପରିବର୍ତ୍ତନ ଦରକାର ଯାହା ରାତାରାତି ପରିବର୍ତ୍ତନ ହେବନି ତେଣୁ ଆମକୁ ଯେଉଁ ଅଧିକାର ମିଳିଛି ତାହାର ସୁଯୋଗ ନିୟନ୍ତୁ କହିବା ସହ ସରକାରଙ୍କ ୫ଟି ଓ ମୋସରକର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ରୂପେ ଅତିରିକ୍ତ ଭିଜିଲାନ୍ସ ଏସ.ପି ଶାନ୍ତୁନ କୁମାର ପାଢୀ ଯୋଗ ଦେଇ ସ୍ୱାଧୀନତା ଏତେ ବର୍ଷ ପରେ ବି ଆଜିର ଦିନରେ ଦୁର୍ନୀତି ନିବାରଣ ସଚେତନତା କରିବାକୁ ପଡୁଛି । ଦୁର୍ନୀତି ସମାଜ ପାଇଁ ଏକ ବ୍ୟାଧି , ଏହା କ୍ୟାନ୍ସସର ସଦୃଶ ଏହାର ମୂଳଉତ୍ପାଟନ କରିବାକୁ ପଡିବ । ସେଥିପାଇଁ ନିଜେ ହିଁ ସଚେତନତା ହେବ ସହ ନିଜର କାର୍ଯ୍ୟଶୈଳୀକୁ ଏପରି କରିବାକୁ ପଡିବ କାହାର ସନ୍ଦେହ ହେବନି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟ ଗଗନ ସ୍ୱାଇଁ, ସରପଞ୍ଚ ସନ୍ତୋଷ ସେଠୀ, ସାମା ରେଡି, ଛତ୍ରପୁର ଭିଜିଲାନ୍ସ ସ୍କୁଆଡ଼ ଇନ୍ସପେକ୍ଟର ମାୟାଧାର ସାହୁ ନିଜର ବକ୍ତବ୍ୟ ରଖିଥିଲେ । ଏହି ସଭାରେ ଦୁର୍ନୀତିନିବକରଣ ବିଭାଗ ର ବାବୁଲା ବିଶୋଇ , ଉମାସଙ୍କର ନାୟକ, ସମେତ ସମସ୍ତ କର୍ମଚାରୀ, ଅଙ୍ଗନବାଡି କର୍ମି, ମହିଳା ସଂଘ, ବିଜୁଯୁବ ବାହିନୀ, ସ୍ୱେଚ୍ଛାସେବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।ଏହାକୁ ଦୁର୍ନୀତି ନିବାକରଣ ଖଣ୍ଡ, ବ୍ରମହପୁର ଆୟୋଜନ କରିଥିବା ବେଳେ , ଗଞ୍ଜାମ ବ୍ଲକ, ଓ ରୋଟାରୀ କ୍ଲବ ସହଯୋଗ କରିଥିଲେ ।