ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩

ବାଲେଶ୍ୱର, (ସରୋଜ ପଣ୍ଡା) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ଉପଲକ୍ଷେ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କୁ ନେଇ ଜିଲ୍ଲା ମିଶନ ଶକ୍ତି ବିଭାଗ ଦ୍ବାରା ସକାଳ ଘ. ୭ ଟା ସମୟରେ ପବ୍ଲିକ୍ ସ୍କୁଲ ଛକଠାରୁ ଏକ ସଚେତନତା ରାଲି (ୱାକାଥନ୍) ୱାକାଥନ ଅନୁଷ୍ଠିତ ହୋଇଯାଇଛି I ଏହି ରାଲିରେ ବାଲେଶ୍ୱର ସଦର, ବାଲେଶ୍ୱର ସଦର (ଗ୍ରାମାଞ୍ଚଳ), ବାଲେଶ୍ୱର ପୌରପାଳିକା ଓ ରେମୁଣାରୁ ୨୫୦ଜଣରୁ ଉର୍ଦ୍ଧ୍ବ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗ ଦେଇଥିଲେ ଏବଂ ଦୁର୍ନୀତି ହଟାଇ ଦେଶ ବଞ୍ଚାଇବା ସ୍ଲୋଗାନ ସମ୍ବଳିତ ପ୍ଲାକାର୍ଡ ମାନ ପ୍ରଦର୍ଶନ ପୂର୍ବକ ସ୍ଲୋଗାନ ଦେଇଥିଲେ I ତତ୍ସହିତ ଅଂଶଗ୍ରହଣକାରୀ ଦର୍ଶକଙ୍କୁ ସମ୍ବୋଧିତ କରି ଆଜିର ଦୁନିଆରେ ସଜାଗ ରହିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପବ୍ଲିକ୍ ସ୍କୁଲ ଛକରେ ଏହି ରାଲି ଆରମ୍ଭ ହୋଇଥିଲା ଏବଂ ବାଲେଶ୍ୱର କଲେକ୍ଟୋରେଟ୍ ରେ ସମାପ୍ତ ହେବା ପୂର୍ବରୁ ଷ୍ଟେସନ ଛକ, ଏଫ.ଏମ ଗୋଲେଇ, ଫାଣ୍ଡି ଛକ ସମେତ ଅନେକ ପ୍ରମୁଖ ସ୍ଥାନ ଦେଇ ଅଗ୍ରଗତି ହୋଇଥିଲା | ଅଂଶଗ୍ରହଣକାରୀମାନେ ପ୍ଲାକାର୍ଡ ଧରି “ଦୁର୍ନୀତିକୁ ବିରୋଧ କରିବା; ରାଷ୍ଟ୍ର ପ୍ରତି ସମର୍ପିତ ରହିବା”ଭଳି ବାର୍ତ୍ତା ସହିତ ଦର୍ଶକମାନଙ୍କ ଦ୍ୱାରା ସକରାତ୍ମକ ପ୍ରତିକ୍ରିୟା ଗ୍ରହଣ କରିଥିଲେ | ରାଲିରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଲୋକ ପ୍ରଚାରକର ଯନ୍ତ୍ର ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ଉପଲକ୍ଷେ ସ୍ୱତନ୍ତ୍ର ବାର୍ତ୍ତା ଏବଂ ବିଭିନ୍ନ ଦୁର୍ନୀତି ନିବାରଣ ସ୍ଲୋଗାନ ପ୍ରଚାର କରାଯାଇଥିଲା I ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଶିଖାରାଣୀ ପୋଦ୍ଦାର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ (ଦୁର୍ନୀତି ନିବାରଣ) ଶ୍ରୀ ମହେଶ୍ୱର ସେଠି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ ଶକ୍ତି ଶ୍ରୀ କାର୍ତିକ ବେହେରାଙ୍କ ସମେତ ଜିଲ୍ଲାର ଅନ୍ୟାନ୍ୟ ସରକାରୀ ଅଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ I ଏଠାରେ ପ୍ରକାଶ ଥାଉ କି, ଆର୍ଥିକ ସ୍ବଚ୍ଛତା ପ୍ରତିପାଦନ ଓ ଦୁର୍ନିତୀ ମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସମଗ୍ର ରାଜ୍ୟରେ ଚଳିତ ବର୍ଷ ଅକ୍ଟୋବର ୩୦ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ପାଳନ କରାଯାଉଅଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ