ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ଉପଲକ୍ଷେ ରୋଟାରି କ୍ଲବ୍ ଦ୍ୱାରା ସଚେତନତା ରାଲି ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ଉପଲକ୍ଷେ ରୋଟାରି କ୍ଲବ୍, ବାଲେଶ୍ୱର ଦ୍ବାରା ସକାଳ ଘ. ୭. ୩୦ ଟା ସମୟରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି I ଏହି ରାଲିରେ ଆରକ୍ଷୀ ଅଧିକ୍ଷକ (ଦୁର୍ନୀତି ନିବାରଣ) ଶ୍ରୀ ନରହରି ନାୟକ, ରୋଟାରି କ୍ଲବ୍ ସଭାପତି ଶ୍ରୀ ପ୍ରଦୀପ୍ତ କୁମାର ପଣ୍ଡା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ, ଦୁର୍ନୀତି ନିବାରଣ ବିଭାଗର ଅଧିକାରୀବୃନ୍ଦ, ରୋଟାରି କ୍ଲବ୍ ର କର୍ମକର୍ତ୍ତା ଏବଂ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ Iବାଲେଶ୍ୱର ଜିଲ୍ଲା ସ୍କୁଲ ସ୍ଥିତ ରୋଟାରି କ୍ଲବ୍ କାର୍ଯ୍ୟାଳୟରୁ ଏହି ରାଲି ଆରମ୍ଭ ହୋଇଥିଲା ଏବଂ ବାଲେଶ୍ୱର କଲେକ୍ଟୋରେଟ୍ ରେ ସମାପ୍ତ ହେବା ପୂର୍ବରୁ ଷ୍ଟେସନ ଛକ, ଏଫ.ଏମ ଗୋଲେଇ, ଫାଣ୍ଡି ଛକ ସମେତ ଅନେକ ପ୍ରମୁଖ ସ୍ଥାନ ଦେଇ ଅଗ୍ରଗତି ହୋଇଥିଲା | ରାଲିରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଲୋକ ପ୍ରଚାରକର ଯନ୍ତ୍ର ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ଉପଲକ୍ଷେ ସ୍ୱତନ୍ତ୍ର ବାର୍ତ୍ତା ଏବଂ ବିଭିନ୍ନ ଦୁର୍ନୀତି ନିବାରଣ ସ୍ଲୋଗାନ ପ୍ରଚାର କରାଯାଇଥିଲା Iଏଠାରେ ପ୍ରକାଶ ଥାଉ କି, ସମଗ୍ର ରାଜ୍ୟରେ ଚଳିତ ବର୍ଷ ଅକ୍ଟୋବର ୩୦ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ପାଳନ କରାଯାଉଅଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ