ଦୁର୍ନୀତି ନିବାରଣ ସପ୍ତାହ ପାଳନ ସକାଶେ ପ୍ରତିଯୋଗିତା ଅନୁଷ୍ଠିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ସକାଶେ ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭାରତ – ବିଷୟ ବସ୍ତୁକୁ ନେଇ ଏକ ବାକ୍ ଚାତୁରୀ ପଟୁତା ପ୍ରତିଯୋଗିତା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଠାରେ ପ୍ରକାଶ ଥାଉକି ଗତ ୩୧ ତାରିଖ ଠାରୁ ଚଳିତ ମାସ ୬ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ ହେଉଅଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଏବଂ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ଛତ୍ରପୁର ଉପ ଆରକ୍ଷୀ ଅଧୀକ୍ଷକ କ୍ରୀଷ୍ଣା କୁମାରୀ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଚାରକ ଭାବେ ନରେନ୍ଦ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ଏସ୍. ଭେଙ୍କଟ ରାଓ ରେଡ୍ଡୀ, ବ୍ରହ୍ମପୁର ବିଚାର ବିଭାଗର ପୂର୍ବତନ କର୍ମଚାରୀ ରାମଚନ୍ଦ୍ର ସାସମଲ ଓ କନିଷ୍ଠ ରାଜସ୍ବ ସହାୟିକା ଏମ୍. ଶ୍ରାବନ୍ତୀ ବିଚାରକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ଯୁକ୍ତ ୨ ସ୍ତରରେ ପ୍ରଥମ ବଦ୍ରୀନାଥ ମିଶ୍ର, ଦ୍ବିତୀୟ ପ୍ରଯୁକ୍ତାରାଣୀ ମହାନ୍ତି ଓ ତୃତୀୟ ସ୍ଥାନ ଆରାଧନା ଆଚାର୍ଯ୍ୟ ଅଧିକାର କରିଥିବା ବେଳେ ଯୁକ୍ତ ୩ ସ୍ତରରେ ପ୍ରଥମ ମମତା ନାହାକ, ଦ୍ବିତୀୟ କିରନ୍ ମହାରଣା ଓ ତୃତୀୟ ସ୍ଥାନ ଗାୟତ୍ରୀ ବେହେରା ଅଧିକାର କରିଛନ୍ତି । ଜିଲ୍ଲା ସ୍ରୀୟ ଉତ୍ସବରେ ଏହି କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ରହିଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ