ଦୁର୍ନୀତି ବିରୋଧୀ ମଞ୍ଚ ଗଠନ ପାଇଁ ଗୁଳିମରା଼ ସାହିରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ନୂଆସାହି ର ତିନୋଟି ୱାର୍ଡକୁ ନେଇ ମା’ଦୁର୍ଗା ଦୁର୍ନୀତି ବିରୋଧୀ ମଞ୍ଚ ଗଠନ ପରେ ସବୁ ସାହିରେ ମଞ୍ଚ ଗଠନ ପାଇଁ ବୈଠକ ମାନ ଅନୁଷ୍ଠିତ ହେଉଛି l ନୁଆସାହି ରେ ମଞ୍ଚ ଗଠନ ପରେ ସହର ରେ ବେଶ ପ୍ରଭାଵ ପକାଇଛି l ମଞ୍ଚର ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଗୁଳିମରା଼ ସାହି ବାସିନ୍ଦା ମଞ୍ଚ ଗଠନ ପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ଏନେଇ ପ୍ରସ୍ତୁତି ବୈଠକ ଶେଷ ହୋଇଥିବା ଜଣାପଡିଛି l ମଞ୍ଚର ଆବାହକ ଭୀମ ସେନ ବିନ୍ଧାଣି, ସନ୍ତୋଷ ପୂଜାରୀ କୁସୁମୀ ପ୍ରଧାନ ଆଦିକନ୍ଦ ପଟ୍ଟନାୟକ ଏବଂ ବିରଞ୍ଚି ଦଳପତି ଙ୍କ ନେତୃତ୍ୱ ରେ ଆସନ୍ତା ରବିବାର ଦିନ ମଞ୍ଚ ଗଠନ ପରେ ପଦାଧିକାରୀଗଣ ଶପଥ ପାଠ ସହ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି l ବାଲିଗୁଡା ର ଏନଏସି, ତହସିଲ ବ୍ଲକ କାର୍ଯାଳୟ ରେ ହେଇଥିବା ପ୍ରିୟାପ୍ରୀତି ତୋଷଣ ଲାଞ୍ଚ କାରବାର ରୋକିବା ଏବଂ କିଛି ବର୍ଷହେବ ସହର ରେ ଚାଲିଥିବା ଗୁଣ୍ଡାରାଜ ଅନ୍ୟାୟ ଅନୀତି ଭ୍ରଷ୍ଟାଚାର କୁ ଲଗାମ ଦେବାସହିତ ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟ ରାଜ ନୈତିକ ଦଳ ମତ ନିର୍ବିଶେଷରେ ଭାଇଚାରା ସ୍ଥାପନ କରି ମିଳିତ ଭାବେ ଦୁର୍ନୀତିକୁ ବିରୋଧ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି l ସଂଘ ରେ ସାହି ମୁଖିଆ ସୁବାଷ ପାତ୍ର ଙ୍କ ସମେତ ଯୁବଗୋଷ୍ଠୀ ଏବଂ ମହିଳା ସଂଘ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ