ଦୁର୍ନୀତି ମୁକ୍ତ ନିଯୁକ୍ତି ଦାବିକରି ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଷ୍ଟେସନଛକ ଠାରେ ରାସ୍ତା ଅବରୋଧ

ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରଶ୍ନ ପତ୍ର ପ୍ରଘଟ ଘଟଣା ନେଇ ବାଲେଶ୍ଵର ର ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ଦୁର୍ନୀତି ମୁକ୍ତ ନିଯୁକ୍ତି ଦାବି ସମେତ ସାତ ଦଫା ଦାବି କରି ଆଜି ଛାତ୍ରଛାତ୍ରୀ ପଢୁଆଁ ପଦା ଠାରୁ ଏକ ଶୋଭାଯାତ୍ରାରେ ବାହାରି ଷ୍ଟେସନ ଛକ ଠାରେ ରାସ୍ତା ଅବରୋଧ କରିଥିଲେ। ସେଠାରେ ଦୀର୍ଘ ସମୟ ରାସ୍ତା ଅବରୋଧ କରି ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ମାନଙ୍କୁ ବୁଝାସୁଝା କର୍ତିଲେ।ପରେ ପିଲା ମାନେ ପୁଣି ଶୋଭାଯାତ୍ରା ରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିବା ସହ ରାସ୍ତା ଉପରେ ବସିଥିଲେ। ଅତିରିକ୍ତ ଜିଲ୍ଲାପାଳ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ଠାରୁ ସାତ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଗ୍ରହଣ କରିଥିଲେ।ତେବେ ସାତ ଦଫା ଦାବି ମଧ୍ୟରେ ଓଡ଼ିଶାରେ ଜବ ସ୍କାମ ଓ ପ୍ରଶ୍ନ ପତ୍ର ପ୍ରଘଟ ବନ୍ଦ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା, ପ୍ରଶ୍ନ ପତ୍ର ପ୍ରଘଟ ମାମଲାର ନିରପେକ୍ଷ ତଦନ୍ତ ଓ ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା,ନୈତିକତା ଦୃଷ୍ଟିରୁ ଓଏସଏସସି ର ଚେୟାରମେନ ଇସ୍ତଫା ଦେବା,ପୂର୍ବରୁ ହୋଇଥିବା ପରୀକ୍ଷାକୁ ରଦ୍ଦ କରି ପୁନଃ ପରୀକ୍ଷା କରିବା ଆଦି ଦାବି କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ