ଦୁର୍ନୀତି ସଂଘର୍ଷ ମଞ୍ଚର କର୍ମକର୍ତ୍ତା ଚୟନ
ବାଲେଶ୍ୱର, (ସରୋଜ ପଣ୍ଡା) :-ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ ବାଲେଶ୍ୱର ଶାଖାର ଏକ ବୈଠକ ସ୍ଥାନୀୟ ରାଜାବଗିଚା ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଅଶୋକ କୁମାର ମହାନ୍ତି ଏଥିରେ ସଭାପତିତ୍ୱ କରିଥିଲେ । ସମାଜର ବିଭିନ୍ନ କ୍ଷେତ୍ରରେ ବଢ଼ି ଚାଲିଥିବା ଦୁର୍ନୀତିକୁ ନେଇ ଏହି ବୈଠକରେ ଉପସ୍ଥିତ ସଭ୍ୟମାନେ ଉଦେବଗ ପ୍ରକାଶ କରିଥିଲେ । ତେବେ ଦୁର୍ନୀତି ଅଭିଯୋଗ ଆସୁଥିବା ବିଭାଗ ବିରୋଧରେ ଅଭିଯାନ ଆରମ୍ଭ ପାଇଁ ଏଥିରେ ସିଦ୍ଧାନ୍ତ ନିଆଯାଇଥିଲା ।ଏଥି ସହିତ ମଞ୍ଚର ବାଲେଶ୍ୱର ଶାଖା କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ରାଜ୍ୟ ସଂଗଠନର ନିର୍ଦ୍ଦେଶ କ୍ରମେ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀ ମହାନ୍ତି ସଭାପତି, ଜିତେନ୍ଦ୍ର କୁମାର ଘୋଷଲ ଉପ-ସଭାପତି, ମହେଶ୍ୱର ପ୍ରଧାନ ସମ୍ପାଦକ, ଭରତ ଲାକ୍ରା ଯୁଗ୍ମ ସମ୍ପାଦକ, ଅମୂଲ୍ୟ କୁମାର ମହାନ୍ତି କୋଷାଧ୍ୟକ୍ଷ, ବାସୁଦେବ ରାଉଳ ଓ ଗୟାଧର କର ଯୁଗ୍ମ ସଂଯୋଜକ ଏବଂ ମୀନତି ଦାସ ମହିଳା ସଂଯୋଜିକା ଭାବେ ସର୍ବ ସମ୍ମତ୍ତି କ୍ରମେ ମନୋନୀତ ହୋଇଥିଲେ । ଏହି ନୂତନ କମିଟି ୨ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ ।