ଦୁର୍ବତ୍ତଙ୍କ ଗୁଳିମାଡରେ ଜଣେ ଗୁରୁତର
ବ୍ରଜରାଜନଗର : ଦୁର୍ବୁତ୍ତଙ୍କ ଗୁଳିମାଡରେ ସଂଜୟ କୁମାର ଗୁପ୍ତା ନାମକ ଜଣେ ଯୁବକ ଗୁରୁତର ଆହାତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ବ୍ରଜରାଜନଗର ସ୍ଥିତ କାଳୀନଗର କଲୋନୀରେ ।ଦୁର୍ବୁତ୍ତମାନେ ଗୁଳିମାଡ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ସୋମବାର ସକାଳେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ଗୁଳିକାଣ୍ଡରେ ଆହାତ ସଂଜୟ କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନ୍ୟ ଏକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସଂଜୟ ଙ୍କ ପେଟ ଓ ପିଠିରେ ଗୁଳି ବାଜିଥିବା ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।