ଦୁର୍ବୁତ୍ତଙ୍କ ଗୁଳିମାଡରେ ବ୍ୟବସାୟୀ ଗୁରୁତର  

ବାଲେଶ୍ୱର , ବାଲେଶ୍ୱର ଜିଲ୍ଲା ଖନ୍ତପଡା ଶେରଗଡ ଟୋଲ ଗେଟ୍ ନିକଟରେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ ହୋଇଛି । ଦୁର୍ବୁତ୍ତଙ୍କ  ଗୁଳିମାଡରେ ବ୍ୟବସାୟୀ ଗୁରୁତର ଆହାତ ହୋଇଛନ୍ତି । ମିଳିଥିବା ଖବର ଅନୁଯାୟୀ ଭାଗବତ ରାଉତ (୬୧) ଆଜି ନିଜର ସଉଦା ଦୋକାନରେ ବସିଥିଲେ । ଠିକ୍ ଏହି ସମୟରେ ବାଇକ୍ରେ ୪ ରୁ ୫ ଜଣ  ଦୁର୍ବତ୍ତ ଦୋକାନ ସମ୍ମୁଖରେ ରହିଥିଲେ । ଏହା ପରେ ଦୁଇ ଜଣ ବ୍ୟକ୍ତି ଦୋକାନୀଙ୍କ ଠାରୁ ମିକ୍ସର ଖାଇଥିଲେ । ଏହି ସମୟରେ ଅନ୍ୟ  ଦୁର୍ବୁତ୍ତମାନେ ବ୍ୟବସାୟୀଙ୍କ ବେକରୁ ଚେନ୍ ଝାମ୍ପି ନେଉଥିବା ବେଳେ  ଅବରୋଧ କରିଥିଲେ ବ୍ୟବସାୟୀ । ଏହା ପରେ  ବ୍ୟବସାୟୀଙ୍କୁ ମିକ୍ସର ଖାଉଥିବା ଦୁର୍ବୁତ୍ତ ମାନେ ବ୍ୟବସାୟୀଙ୍କୁ ଗୁଳିମାଡ କରିଥିଲେ । ଗୁଳି ବ୍ୟବସାୟୀଙ୍କ ମୁଣ୍ଡ ଓ ଗୋଡରେ ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବାଲେଶ୍ୱର ହସପିଟାଲରେ  ଭର୍ତ୍ତି କରାଯାଇଛି ।ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ୍ତାଙ୍କୁ କଟକ ମେଡିକାଲକୁ  ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରୁ ଦୁର୍ବୁତ୍ତମାନେ ସୁନା ଚେନଧରି ଆତଙ୍କରାଜ ଖେଳାଇ ଘଟଣା  ସ୍ଥଳରୁ ଫେରାର ହୋଇଯାଇଛନ୍ତି ।ପୋଲିସ ଘଟଣା ସ୍ଥଳରେ ପହଞ୍ଚିତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ