ଦୁର୍ବୁତ୍ତ ଆକ୍ରମଣରେ ୩ ଗୁରୁତର

ଗଂଜାମ, (ଯୁଗାବ୍ଦ ନ୍ୟୁଜ୍‌) : ଗଞ୍ଜାମ ଜିଲ୍ଳା କବିସୂର୍ଯ୍ୟନଗର ଅଂଚଳରେ ଗତକାଲି ଦୁୂବୁତ୍ତ ଆକ୍ରମଣରେ ୩ ଜଣ ଯୁବକ ଗୁରୁତର ଆହାତ ହୋଇଛନ୍ତି ।ଆହାତ ମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତିକରାଯାଇଛି । ମିଳିଥିବା ଖବର ଅନୁଯାୟୀ ଗତକାଲି ବିଚ୍ ରାସ୍ତାରେ ୩ ଜଣ ଯୁବକ ଏକ ଦୋକାନ ନିକଟରେ ଛିଡା ହୋଇଥିବା ବେଳେ ହଠାତ ଗାଡିରେ ଆସି ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ନ୍ ଆରମ୍ଭ କରିବା ସହ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ