ଦୁର୍ବୁତ୍ତ ଗୁଳିମାଡରେ ଯୁବକ ମୃତ

ବରଗଡ, ବରଗଡ ଜିଲ୍ଲା ଅମ୍ଭାଭନା ଥ।।ନା କଲମୀ ଗ୍ରାମରେ ଦୁର୍ବୁତ୍ତଙ୍କ ଗୁଳିମାଡରେ ଜଣେ ଯୁବକଙ୍କ ମୃତ ଘଟିଛି । ମୃତକ ଜଣକ ଆମ୍ବଭଡା ଗ୍ରାମର ତାରାଚାନ୍ଦ ବେହେରାଙ୍କ ପୁତ୍ର ରାକେଶ ବେହେରା (୨୪ ) ବୋଲି ଜଣାପଡିଛି । ଖବର ଅନୁଯାୟୀ ରାକେଶ ନିଜ ମାମୁଁଘର କଲମୀ ଗ୍ରାମକୁ ଶୁକ୍ରରବାର ଦିନ ଯାଇଥିଲେ । ଶୁକ୍ରବାର ରାତିରେ ମାମୁଁ ଘରେ ରାକେଶ ଶୋଇଥିବା ବେଳେ ତାଙ୍କୁ କେହି ଦୁର୍ବୁତ୍ତ ଗୁଳି କରି ହତ୍ୟା କରିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବରଗଡ ମୁଖ୍ୟ ଡାକ୍ତରଖାନାରେ ଶବ ବେବଚ୍ଛେଦ ନିମନ୍ତେ ଭର୍ତ୍ତି କରିଛି । ରାକେଶ ଶୋଇଥିବାବେଳେ କାହିଁକି ଓ କିଏ ଗୁଳିକାଣ୍ଡ କରିଥିବ ତାହାକୁ ନେଇ ନାନା କଳ୍ପନା ଜଳ୍ପନା ଚାଲିଛି । ଗୁଳିକାଣ୍ଡର ପ୍ରକୃତ ରହସ୍ୟ ଜଣାପଡିନଥିବା ବେଳେ ପୋଲିସ ଘଟଣା ସ୍ଥଳରୁ ଜୀବନ୍ତ ଗୁଳି ଓ ଖୋକା ଜବତ କରି ତଦନ୍ତ ଜାରୀ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ