ଦୁର୍ଭାଗ୍ୟ ଆଣେ ଫଟା ଜିନ୍ସ

ଫେଙ୍ଗସୁଇ ଦୁନିଆରେ ପୋଷାକର ବହୁତ ଗୁରୁତ୍ୱ ରହିଛି । ଆମେ କିଭଳି ପୋଷାକ ପିନ୍ଧିବା ବା ବ୍ୟବହାର କରିବା, ତାହା ଆମର ନିଜସ୍ୱ ପସନ୍ଦ ହେଲେ ବି ଏହା ଆମର ଲାଇଫ୍କୁ ବହୁତ ପ୍ରଭାବିତ କରେ । ତେଣୁ ପୋଷାକ ପିନ୍ଧୁଥିଲେ ନିଶ୍ଚିତ ଭାବେ ନିମ୍ନକଥାକୁ ଧ୍ୟାନରେ ରଖିବେ ।
ଆଜିକାଲି ର ଯୁବପିଢିମାନେ ଫଟା ଜିନ୍ସକୁ ଷ୍ଟାଇଲ୍ ଭାବେ ବ୍ୟବହାର କରି ଆସୁଛନ୍ତି । କିନ୍ତୁ କୁହାଯାଏ କି ଏଭଳି କପଡ଼ା ପିନ୍ଧିବା ଦ୍ୱାରା ଏହା ଆମ ଲାଇଫ୍ରେ ଦୁର୍ଦ୍ଦିନକୁ ଡାକି ଆଣେ । ଏହା ଯେତେ ଫେଶନେବଲ୍ ହେଉନା କାହିଁକି ନିଜର ଗୁଡ଼୍ଲକ୍ ପାଇଁର୍ ଏଭଳି ପୋଷାକ ବ୍ୟବହାର କରିବା ଉଚିତ ନୁହେଁ । ତେଣୁ ଯେତେ ଫେଶନେବଲ୍ ହୋଇଥିଲେ ମଧ୍ୟ ଏପରି କପଡ଼ା କେବେ ବି ପିନ୍ଧିବା ଉଚିତ ନୁହେଁ ।
ଘରେ ହେଉକି ବାହାରେ କେବେବି ଫଟା ଚିରା କପଡ଼ା ପିନ୍ଧନ୍ତୁନି । ଏହା ଦରିଦ୍ରତାକୁ ଡାକି ଆଣେ ।
ରାତିରେ ନାଇଟ୍ ଡ୍ରେସ୍ ପିନ୍ଧିଥିଲେ ସକାଳୁ ଏହାକୁ ଖୋଲି ପ୍ରପର ପୋଷାକ ପିନ୍ଧନ୍ତୁ, ଯାହାକି ଆଖିକୁ ରୁଚିପୂର୍ଣ୍ଣ ଲାଗୁଥିବ । ପ୍ରତିଦିନ ଏଭଳି କଲେ ଆପଣଙ୍କର ବ୍ୟାଡ୍ଲକ୍ ଗୁଡ଼୍ଲକ୍ରେ ପରିଣତ ହେବ ।
ଧୋଇଥିବା ବା ଶୁଖିଲା କପଡ଼ାକୁ କେବେ ହେଲେ ବାହାରେ ଶୁଖାନ୍ତୁନି, ଏହା ଦ୍ୱାରା ପୋଷାକରେ ନେଗେଟିଭ୍ ଏନର୍ଜି ଆସିଯିବ । ଯାହାକି ବ୍ୟାଡ୍ ଲକ୍ରେ ପରିଣତ ହେବ ।
ଯଦି ଆପଣଙ୍କ ଘରେ କେହି ବେମାର ତେବେ ତାଙ୍କର କପଡ଼ାକୁ ବ୍ୟବହାର କରନ୍ତୁନି । ଏହାକୁ ଖରାରେ ଭଲ ଭାବେ ଶୁଖାନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ