ଦୁଵୁଲାବେଡା ଜଙ୍ଗଲରେ ଆଦିବାସୀ ସାନ୍ତାଳୀ ସମାଜର ‘ବାହା ପରବ ‘

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ବସନ୍ତ ଋତୁର ଫାଲଗୁନ ମାସର ପବିତ୍ର ଆସନ୍ତା ଫାଲଗୁନୀ ପୂର୍ଣ୍ଣିମା ଅବସରର ମାସରେ ଆଦିବାସୀ ସାନ୍ତାଳୀ ସମାଜ ତରଫରୁ ବିଭିନ୍ନ ସ୍ଥାନରେ ସେମାନଙ୍କର ଅନନ୍ୟ ଆଦ୍ୟ ପର୍ବ \’\’ବାହା ପରବ\’ ମହା ଆଡମ୍ବର ସହକାରେ ପାଳିତ ହେଉଅଛି ।ଏହି ଦିନ ଆଦିବାସୀ ସାନ୍ତାଳୀସମାଜର ପୂଜା ସ୍ଥଳୀ \’ଜାହିରା ପୀଠକୁ ପୂଜକ ଦେହୂରୀ ସଫା ସୁତୁରା କରି ସେଠାରେ ଥିବା ଦେବା,ଦେବୀଙ୍କୁ ସ୍ନାନ କରାଇ ପରଂପରା ଓ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ ।ଜଙ୍ଗଲରୁ ଏହି ମାସରେ ପଫୁଟିଥିବା ଶାଳଗଛରୁ ଡାଳ ଓ ଫୁଲ ଆଣି ପୂଜାର୍ଚ୍ଚନା କରିଥିଲେ ।ଗ୍ରାମର,ସମାଜର,ମାନବ ଜଗତର ମଙ୍ଗଳ‌, ରୋଗ ବ୍ୟାଧୀ ଦୂର ପାଇଁ, ସୁଖ ଓ ଶାନ୍ତି କାମନା ପାଇଁ ଦେବାଦେବୀଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ ।ଶାଳ ଫୁଲକୁ ଇଷ୍ଟ ଦେବାଦେବୀଙ୍କୁ ଅର୍ପଣ କରାଯିବା ପରେ ମହିଳାମାନେ ପୂଜକଙ୍କ ଠାରୁ ଫୁଲ ଗ୍ରହଣ କରି ମୁଣ୍ଡରେ ଖୋସିଥାନ୍ତି ଏବଂ ପୁରୁଷମାନେ କାନ ମୁଣ୍ଡରେ ଖୋସି ଖୁସିରେ ମନାଇଥିଲେ । ପଶୁପକ୍ଷୀଙ୍କ ସୁସ୍ଥ ଜୀବନ କାମନା ସହ ଉତ୍ତମ ବଂଶ ବୃଦ୍ଧି ପାଇଁ କାମନା କରିଥିଲେ ।ପରେ ପୀଠରେ ଛେଳି,କୁକୁଡ଼ା ବଳି କରି ପୂଜାର୍ଚ୍ଚନା କରିଥିଲେ ।ସେହି ପ୍ରସାଦକୁ ରୋଷେଇ କରି ସମସ୍ତ ଭକ୍ତଙ୍କୁ ପ୍ରସାଦ ହିସାବରେ ବଣ୍ଟନ କରାଯାଇଥିଲା ।ବହୁ ଦୂର ଦୂରାନ୍ତରୁ ସାନ୍ତାଳୀ ସମାଜର ଲୋକେ ଏହି ସ୍ଥାନକୁ ଆସି ପୂଜାର୍ଚ୍ଚନା କରିବା ସହ ନିଜ,ଭାଷା,ସଂସ୍କୂତି , ପରଂପରା,ଭାଇଚାରା ଓ ଭାବର ଆଦାନ ପ୍ରଦାନ କରିଥିଲେ ।ପରେ ଅପରାହ୍ନରେ କମିଟି ତରଫରୁ ସମାଜର ଲୋକେ ନିଜ ନିଜର ପାଂପାରିକ ବେଶଭୂଷା ପିନ୍ଧି ଢୋଲ ଓ ମାଦଳା ତାଳେ ତାଳେ ନୃତ୍ୟ ଓ ସଂଗୀତ ପରିବେଷଣ କରି ଏହି ବାହା ପର୍ବକୁ ଆନନ୍ଦର‌ସହ ପାଳିଥିଲେ ।ନୃତ୍ୟ ଗୀତରେ ମହିଳା,ପୁରୁଷ,ଯୁବକ ଯୁବତୀ ମତୁଆଲା ହୋଇଯାଇଥିଲେ ।ବାହା ପରବ ଆଦିବାସୀ ସାନ୍ତାଳୀ ସମାଜ ଓ ମଣିଷ ମଧ୍ୟରେ ସଂସ୍କୃତି ଓ ପରଂପରା ଏକ ସେତୁ ଭଳି କାର୍ଯ୍ୟ କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ