ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ତୁରୁମୁଙ୍ଗା ଥାନା ଅନ୍ତର୍ଗତ କିମିରଦାପଶି ଗ୍ରାମର ଅଭିଯୁକ୍ତ ଛୋଟରାୟ ମୁଣ୍ଡା(୩୦) କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ଏବଂ ଅନାଦେୟ ୬ ମାସ ଅଧିକ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ତା ୧୩ା୨ା୨୦୨୧ ରିଖ ରାତି ପ୍ରାୟ ୮ଘଟିକା ସମୟରେ ୧୩ ବର୍ଷ ବୟସ୍କା ପୀଡିତା ତା’ର କକା ଘରକୁ ଏକୁଟିଆ ଯିବା ସମୟରେ ତାକୁ ଏକୁଟିଆ ପାଇ ତା’ ମୁହଁକୁ ଚାପି ଧରି ପାଖ ଜଙ୍ଗଲକୁ ନେଇ ଛୋଟରାୟ ମୁଣ୍ଡା ଦୁଷ୍କର୍ମ କରିଥିଲା ଏବଂ କାହାକୁ ନକହିବା ପାଇଁ ଧମକ ଦେବା ସହ ଘର ପାଖରେ ଛାଡି ଚାଲି ଯାଇଥିଲା । ପୀଡିତା ଘରକୁ ଆସି ଏ ସଂପର୍କରେ ପରିବାର ଲୋକଙ୍କୁ ଜଣାଇବାରୁ ପୀଡିତାର ବାପା ତା ୧୪ା୨ା୨୦୯୨୧ ରିଖରେ ତୁରୁମୁଙ୍ଗା ଥାନାରେ ଏକ ଏତଲା ରୁଜୁ କରିଥିଲେ । ଉକ୍ତ ଏତଲାକୁ ଭିତ୍ତି କରି ତୁରୁମୁଙ୍ଗା ପୋଲିସ ଥାନା କେଶ ନଂ ୨୦/୨୦୨୧ ଦଫା ୩୬୩/୩୭୬/୫୦୬ ଆଇପିସି ସହ ପୋକ୍ସ ଧାରା ୪(୨) ରେ କେଶ ରୁଜୁ କରି ଆସାମୀକୁ କୋର୍ଟ ଚାଲାଣ କରିଥିଲା । ବୁଧବାର ଦିନ ମାନ୍ୟବର ଅଦାଲତ ୧୧ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଆସାମୀକୁ ଦଫା ୩୭୬ ଆଇପିସି ସହ ପୋକ୍ସ ୪(୨) ରେ ଉପରୋକ୍ତ ଦଣ୍ଡ ଶୁଣାଇବା ସହ ପୀଡିତାକୁ ୫ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ନିମନ୍ତେ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ସୁପାରିଶ କରିଛନ୍ତି । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ରନାଥ ଜେନା କେଶ ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ