ଦୁଷ୍କର୍ମକାରୀଙ୍କ ପୁଣି ଥରେ ହେବ ଶବ ବ୍ୟବଚ୍ଛେଦ

ହାଇଦ୍ରାବାଦ: ହାଇଦ୍ରାବାଦ ପଶୁ ଡାକ୍ତରରାଣୀ ଦୁଷ୍କର୍ମ ଓ ପୋଡି ମାରିଦେବା ଘଟଣା ଦେଶରେ ଆଲୋଡନ ସୃଷ୍ଟି କରିଥିବା ବେଳେ ପୋଲିସର ଏନକାଉଣ୍ଟର ଘଟଣାକୁ ଦେଶ ବାସୀ ସ୍ୱାଗତ କରୁଥିବା ବେଳେ ଏହି ଘଟଣାର ସମ୍ବେଦନଶୀଳ ହୋଇଥିବାରୁ ତଦନ୍ତ ଜାରୀ ରହିଛି । କିଭଳି ଓ କେଉଁ ପରିସ୍ଥିତିରେ ପୋଲିସ ୪ ଅଭିଯୁକ୍ତ ମାନଙ୍କୁ ଏନକାଉଣ୍ଟର କଲା ତାହାର ଛାନଭିନ୍ନ ଜାରୀ ରହିଛି । ପୋଲିସ ତରଫରୁ ଅଭିଯୁକ୍ତ ମାନେ ପୋଲିସ ଆଖିରେ ଧୁଳିଦେଇ ଫେରାର ହେବାକୁ ଚେଷ୍ଟା କରୁୁଥିବା ବେଳେ ପୋଲିସ ବାଧ୍ୟ ହୋଇ ଏନକାଉଣ୍ଟର କରି ହୋଇଥିବା ବୋଲି ପୋଲିସ ତରଫରୁ ସ୍ପଷ୍ଟି କରଣ କରାଯାଇଥିବା ବେଳେ ଏକାଥରକେ ୪ ଜଣ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର ହୋଇ ସମସ୍ତଙ୍କର ମୃତ୍ୟୁ ହେବା ଘଟଣା କିଛି ସଂନ୍ଦେହ ଘେରକୁ ଟାଣି ଆଣୁଛି ।ତେଣୁ ତେଲେଙ୍ଗାନା ହାଇକୋର୍ଟ ୪ ମୃତ ଦେହକୁ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଗାନ୍ଧୀ ହସପିଟାଲରେ ଥିବା ୪ ଜଣଙ୍କ ଶବକୁ ସଂରକ୍ଷିତ ରଖାଯାଇଥିବା ବେଳେ ହାଇକୋର୍ଟ ପୁଣି ଥରେ ଶବ ବ୍ୟେବଚ୍ଛେଦ ନିମନ୍ତେ ନିର୍ଦେଶ ଦେଇଛନ୍ତି । ଏନକାଉଣ୍ଟର ଘଟଣା ଅତି ସତର୍କତାର ସହ ଯାଞ୍ଚ କରିବା ଦରକାର ବୋଲି ମାନବାଧିକାର କମିସନର କହିଥିଲେ । ତେଣୁ ଶବ ଗୁଡିକୁ ପୁଣୀ ଥରେ ବ୍ୟେବଚ୍ଛେଦ ନିମନ୍ତେ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ