ଦୁଷ୍କର୍ମ ଅଭିଯୁକ୍ତକୁ ତୁରନ୍ତ ଫାଶିଦଣ୍ଡ ଦାବିରେ ସମାଜସେବୀ ମହାସଂଘ ତରଫରୁ ଗଣଧାରଣା

ଭୁବନେଶ୍ୱର, : ନିର୍ଭୟା କେସ୍‌ରେ ତାରିଖ ପରେ ତାରିଖ ଘୁଞ୍ôଚବା ଫଳରେ ଦୁଷ୍କର୍ମ ଭଳି ଜଘନ୍ୟକାଣ୍ଡ ଭିଆଇବାର ମାନସିକତା ରଖୁଥିବା ବ୍ୟକ୍ତିଙ୍କର ସାହସ ଦିନକୁ ଦିନ ବଢିବାରେ ଲାଗିଛି । ଆମ୍ଭ ଭାରତୀୟ ଆଇନ୍ ଦୁଷ୍କର୍ମକାରୀ ମାନଙ୍କ ପାଇଁ କିଛି ମାତ୍ରାରେ ପରିବର୍ତ୍ତନ କରି ଆଇନ୍‌କୁ କଡ଼ାକଡ଼ି କରାଯାଉ ଓ ଦୁଷ୍କର୍ମ ଅଭିଯୁକ୍ତମାନଙ୍କୁ ତୁରନ୍ତ ଫାଶିଖୁଣ୍ଟରେ ଝୁଲାଇ ଦିଆଯାଉ ।  ଦାବି ନେଇ ଓଡ଼ିଶା ସମାଜସେବୀ ମହାସଂଘ ନେତୃତ୍ୱରେ ୬୦ରୁ ଉର୍ଦ୍ଧ୍ୱ ସାମାଜିକ ସଂଗଠନ ଓ ସାମାଜିକ କର୍ମୀମାନେ ଏକ ହୋଇ ଲୋୟର ପିଏମ୍‌ଜିଠାରେ ଧାରଣାରେ ବସିଥିଲେ । ମହାସଂଘର ରାଜ୍ୟ ସଭାପତି ନାରାୟଣ ଚନ୍ଦ୍ର ଓଝାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଯୋଗ ଦେଇ କହିଲେ ଯେ, ବିଳମ୍ବିତ ନ୍ୟାୟ ବିଡ଼ମ୍ବିତ । ଆଜି ସମ୍ପୂର୍ଣ୍ଣ ନାରୀଜାତି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଗତି କରୁଛି । ନିର୍ଭୟା ପରି ଆଉ ବଡ଼ ବଡ଼ ଦୁଷ୍କର୍ମ ନହେଉ ଏଥିନିମନ୍ତେ ସରକାର ଏକ ସ୍ୱତନ୍ତ୍ର ଆଇନ୍‌ର ବ୍ୟବସ୍ଥା କରିବା ଦରକାର । ଯେମିତି ଦୁଷ୍କର୍ମ ଅଭିଯୁକ୍ତଙ୍କୁ ତୁରନ୍ତ ଫାଶିଖୁଣ୍ଟରେ ଝୁଲାଇ ଦିଆଯାଇ ପାରିବ, ତେବେ ଯାଇ ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧକୁ ରୋକାଯାଇ ପାରିବ । ଏହି ଗଣଧାରଣାରେ ବିଶିଷ୍ଟ ସାମାଜସେବୀ ସସ୍ମିତା ଦାସ, ମନସ୍ମିତା ଜେନା, ବାପି ମହାନ୍ତି, ବନ୍ଦନା ଶ୍ରୀଚନ୍ଦନ, ବିନ୍ଦାସ ଚିନୁ, ମୋନାଲିସା ରଥ, ଜ୍ୟୋତ୍ସ୍ନାମୟୀ ପାତ୍ର, ନମିତା ପାଲ, ରିତୁରାଣି ସାସମଲ, ପ୍ରଶାନ୍ତ ସାହୁ, ସ୍ମିତା ପତି, ଲୋରା ମହାପାତ୍ର, ତନୁଶ୍ରୀ ବେହେରା, ସ୍ନିଗ୍‌ଧା ମହାନ୍ତି, ରୋମା ଦାସମହାପାତ୍ର, ଧୀରେନ ରାଉତରାୟ, ସଞ୍ଜୟ ପରିଡ଼ା, ବିନ୍ଦୁଶ୍ରୀ ଖଣ୍ଡାୟତ, ସମିତା ମହାରଣା, ଉଷା ନାୟକ, ପ୍ରଜ୍ଞା ପ୍ରିୟଦର୍ଶିନୀ ରଥ, ଶିବୁ ପଟ୍ଟନାୟକ, ବାସୁ ଦାସ, ଦେବାଶିଷ ମହାନ୍ତି, ଦୀପକ ବାରିକ, ଲଗ୍ନାଦୀପା ମିଶ୍ର, ମମତା ମହାପାତ୍ର, ଅରବିନ୍ଦ ତ୍ରିପାଠୀ, ସିଲୁ ଭାଇ, ସାନୁ ବଳିୟାରସିଂ, ନିରଞ୍ଜନ ସାହୁ, ମାନସ ରଞ୍ଜନ ସାହୁ, ବିକାଶ ବେହେରା, ସନ୍ଧ୍ୟାରାଣି ବିଶୋଇ, ଶିବ ଶଙ୍କର ଡ଼ାକୁଆ, ବବିତା ବେହେରା, ଅରୁଣ କୁମାର ଜେନା, ସୁରେଶ ମାଝୀ, ପ୍ରଶାନ୍ତ କୁମାର ପ୍ରହରାଜ, ସ୍ୱାଧୀନ କୁମାର ପାତ୍ର, ଚନ୍ଦନ ପତି, ବିମଳ କୁମାର ରାଉତ, ପ୍ରହ୍ଲାଦ ମହାରଣା, ସୋନି କିନ୍ନର, ପୂଜା ପ୍ରିୟଦଶିର୍ନୀ ସାହୁ, ଜମ୍ବେଶ୍ୱର ପଟ୍ଟନାୟକ, ପ୍ରମୁଖ ଯୋଗ ଦେଇଥିଲେ । କୃତଜ୍ଞତା ଜ୍ଞାପନ କରିଥିଲେ ମହାସଂଘର ମୁଖପାତ୍ର ପ୍ରସନ୍ନ ପାଣି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ